ପୃଷ୍ଠା:Kathalahari (RN Das, 1927) opt.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୮
ଉତ୍କଳ କାହାଣୀ ସଂଗ୍ରହ ।

ମାନନ୍ତା ଲେଖା କରି, ଏ ଦିହେଁଯାକ ରହିଲେ, କଥାବାର୍ତ୍ତା ହେଲେ । କଳାରାଜନ କହିଲା ତମ ରାଜ୍ୟରେ ପଟେ ସୁନାକାଣ୍ଡ ପଡିଚି କି ? ଏ କହିଲା ହଁ ପଡିଥିଲା । ମୁଁ ପାଇ ରଖିଚି, ଏହା କହିଲା, ଯୋଉ ଘରେ ତାକୁ ରଖିଥିଲା ସେ ଘର ଫିଟାଇ ଆଣିବାକୁ ଗଲା । କଳାରାଜନ ତା ସାଙ୍ଗେ୨ ଯାଇଥାଏ, ଦେଖିଲା ସେ ଘରେ ଗୋଟାଏ ଭାଡି ଉପରେ ଆଠୋଟି ଲାଉ ଥୁଆ ହୋଇଛି । ଏ ପଚାରିଲା, ଏ ଲାଉ ଗୁଡାକ କାହିଁକି ଅଛି ? ଅସୁରୁଣୀ ଝିଅ କହିଲା, ଏଥିରେ ସବୁ ଆମ୍ଭ ମାନଙ୍କର ଜୀବନ ଅଛି; ଏ ବଡଟିରେ ମୋ ମାର, ୟାଠାରୁ ଯୋଉଟି ସାନ ସେଇଟି ମୋ ବଡ ଭଉଣୀର,ସେ କେତେଦିନ ହେଲା କୁଆଡେ ଯାଇଚି ଆସିବାକୁ ନାହିଁ, ସବା ସାନଟି ମୋର, ଆଉ ଗୁଡିକ ମୋ ଭଉଣୀଙ୍କର, ଏହିପରି ସବୁ ଦେଖାଇ ଦେଲା । କଳାରାଜନ କଣ କଲା ଆଗକରି ସେ ସାନ ଲାଉଟି ଘେନିଆସି ପିଟିଦେଲା ଯେ ସାନ ଅସୁରୁଣୀଟି ମରିଗଲା । ସାନ ଅସୁରୁଣୀଟି ମରିଗଲା ଯୋଉଠୁ, ଆଉ ଛଅଟି ଲାଉ ବାଡେଇଦେଲା, ବଡ ଭଉଣୀର ଲାଉଟି ଆଣିଲା, ସୁନାନଳ ସେନାକାଣ୍ଦ ଘେନିଲା ଆସି ଯମରଜା ଦେଶରେ ପହଞ୍ଚିଲା, କହିଲା ଅମକୁ ବିଦା କରିଦିଅ । ଜମରଜାଝିଅ ଶୀଖାଇଥାଏ ତେମେ ବାପାଙ୍କୁ କିଛି ମାଗିବ ନାହିଁ, ଗଲାବେଲକୁ କହିବ ମୋତେ ସେ ଛୋଟୀ ଯମଟିକି ଦିଅ । ଜମରଜା ଝିଅ ଜୋଇକୁ ବିଦ। କଲେ, ଯିବା ବେଳକୁ କଳାରାଜନ କହିଲା ମୋତେ ଆପଣଙ୍କ ଛୋଟୀ ଯମଟିକି ଦିଅନ୍ତୁ, ଯମରଜା କହିଲେ ଝିଅ ନ କହିଥିଲେ କି ଜୋଇଁ ମାଗନ୍ତା ? ହଉ ଦିଅ, ଏହା କହିଲେ ଛୋଟୀ ଯମଟିକି ଦେଇ ବିଦାକରିଦେଲେ । ସେଠାରୁ ଆସି ଜମରଜାଝିଅକୁ ବାଟରେ ରଖାଇ, କଳାରାଜନ ବାର୍‌ହାରଜା ଘରକୁ ଗଲା, କହିଲା ମତେ ବିଦା କରିଦିଅ ମୁଁ ଯିବି, ବାଟରେ ମନିଷ ବସିଛନ୍ତି । ବାର୍‌ହାରଜାଝିଅ ସେହିପରି କହୁଥାଏ ତେମେ ଗଲାବେଳକୁ ବାପାଙ୍କୁ ଛୋଟୀ