ପୃଷ୍ଠା:Kathalahari (RN Das, 1927) opt.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉତ୍କଳ କାହାଣୀ ସଂଗ୍ରହ ।

ଗୋଟିଏ ସାଧବଟିଏ ଯେ ତାର ସାତ ପୁଅ ସାତ ବୋହୂ । ସବା ସାନ ବୋହୂଟିକି କେହି ଦେଖିପାରନ୍ତି ନାହିଁ । ଏକା ସ୍ୱାମୀଟି ଭାରୀ ଦେଖିପାରେ । ସମସ୍ତେ ସକାଳୁ ଗାଧୋଇ ପାଧୋଇ ଆସନ୍ତି, ସାନ ବୋହୂଟି ଅଢ଼େଇ ପ‌ହରେ ଗାଧୋଇ ଯାଏ । ଗାଧୋଇ ଆସେ, ସେଠାରେ ଠାକୁର ଥାଆନ୍ତି ନଈପାଖେ,ସାନବୋହୂ ଦିଅଙ୍କଠାରେ ଦଣ୍ତବତ କରେ, କ‌ହେ "ଶ‌ଶୂର ହୋଇବେ ଗାଁ ରାଜନ ଲୋ ଶାଶୁ ହୋଇଥିବେ ରାଣୀ, ଛ ଦେଢ଼ସୁର ଛ ସାଆନ୍ତ ଲୋ ଛଅ ଯାଆ ସାଆନ୍ତାଣୀ, ମୋ ଗିରସ୍ତ ହେବ କନ‌କରାଜନ ମୁଁ ହେବି ପାଟରାଣୀ । ପୁଅ ବେଇଥିବି ରାଜକୁମର ଲୋ, ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନାଟଭା ଗଛ ନ‌ଗୀ ଧରି ଫୁଲ ତୋଳିବ । ଦିଅଁ ହୋଇବ ? ଦିଅଁ କ‌ହନ୍ତି ହଁ ହୋଇବ । ଏପରି ସବୁଦିନେ କ‌ହେ, ଦିଅଁ କ‌ହନ୍ତି ହଁ ହୋଇବ । ଦିନ‌କର ଛ ଯା ଯାକ ଶୁଣିଲେ, ଯାଇକରି ମିଛରେ ଶାଶୁ ଆଗରେ କ‌ହିଲେ, ସାନ୍ତାଣି ଶୁଣିଲଣି ତମ ସାନ‌ବୋହୂ କଣ କ‌ହୁଚି । ଶାଶୁ କ‌ହିଲା କଣ କ‌ହୁଚି ? କ‌ହୁଚି, ଛ ଦେଢ଼ସୁର ଛ ମୂଲିୟା ଲୋ ଛ ଯାଆ ମୂଲିଆଣି ଶାଶୁର ହୋଇବେ ଗାଁର ମଳିକ, ଶାଶୁ ହେବେ ମଳିକାଣୀ, ମୋ ଗିରସ୍ତ ହେବ କ‌ନ‌କରାଜନ ମୁଁ ହେବି ପାଟରାଣୀ, ପୁଅ ବେଇଥିବି ରାଜକୁମାର ଲୋ ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନା ଟଭାଗଛ ନଗୀ ଧରି ଫୁଲ ତୋଳିବ । ସେ ପଚାରେ ଦିଅଁ ହୋଇବ? ସେ ଦିଅଁଟା କହେ ହଁ ହୋଇବ । ଶାଶୁ ଶଶୁର