ପୃଷ୍ଠା:Kathalahari (RN Das, 1927) opt.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୧
କଳାରାଜନ କଥା ।

ରହିବ ନାହିଁ । କଳାରାଜନ ସେ ଦିନ ସେହପରି ମୁହଁ ଶୁଖେଇ ଦେଇ ଘରେ ବସିଥାଏ । ସେ ଦିନ ବାଘରଜାର ଝିଅର ପାଳି । ସେ ପଚାରିଲା ଏମନ୍ତି ବିରସ କାହିଁକି ? ଏ ଅସୁରୁଣୀ ଯାହାସବୁ କହିଥିଲା କହିଗଲା । ବାଘରଜାଝିଅ କହିଲା ଏଥିପାଇଁ ଏତେ ଭାବନା କାହିଁକି ? ତମେ ନିଶ୍ଚିନ୍ତ ହୋଇ ବସ, ମୁଁ ସରୁ କରିଦିଏଁ ସିନା । ସମସ୍ତେ ଖାଇପିଇ, ସାରିଲାରୁ ବାଘରଜାଝିଅ ଛୋଟୀ ବାଘକୁ ପଠାଇ ବାପଘର ଗାଁରୁ ଦଶଭାର ବାଘଦୁଧ ଅଣାଇ ଅସୁରୁଣୀ ଦୁଆରେ ରଖାଇଦେଲା । ଅସୁରୁଣୀ ତହିଁ ଆରଦିନ ଉଠିଲା ବେଳକୁ ଦୁଆରେ ବାଘଦୁଧ ଥୁଆ ହୋଇଛି । ଅସୁରୁଣୀ ଦେଖିଲା, ସେହିପରି ମନେ ମନେ ହେଲା, ଏଥିରେ ତ ମାରି ପାରିଲି ନାହିଁ, କଣ କରିବି ? କଳାରାଜନକୁ କହିଲା କାଲି ସକାଳୁ ଦାଣ୍ଡ ଦୁଆରେ ଗୋଟିଏ ପୋଖରୀ ଖୋଳା ହୋଇଥିବ, ତହିଁରେ ଦୀପଦଣ୍ଡି ବସିଥିବ,ଚାରିପାଖ ପଥର ପାହାଅଚବନ୍ଧା ହୋଇଥିବ, ରାଜହଂସ ଖେଳୁଥିବେ । ଏମନ୍ତି ଯେବେ ହୋଇଥିବ ତ ତୁ ଜୀବନରେ ଥିବୁ, ନିଲେ ତୋ ମୁଣ୍ଡକାଟ ହେବ । ଏକଥା ବାର୍‌ହାରଜାଝିଅ ଶୁଣିଲା, ଛୋଟି ବାର୍‌ହାକୁ ପଠିଆଇ ବାର୍‌ହାରଜା ଦେଶରେ ଯେତେ ବାର୍‌ହା ଥିଲେ, ସମସ୍ତଙ୍କୁ ଅଣାଇଲା । ସେମାନେ ରାତି ରାତି ପୋଖରୀ ଖୋଳି, ଦୀପ ଦଣ୍ଡୀ ବସାଇ, ପାହାଚ ବାନ୍ଧିଦେଇ ଚାଲିଗଲେ । ଅସୁରୁଣୀ ଉଠିଲାବେଳକୁ ପୋଖରୀ ଖୋଳା ହୋଇଚି, ଦେଖିଲା, କଣ କହିବ ତୁନି ହୋଇ ରହିଲା । ସେଦିନ କଳାରାଜନକୁ କହିଲା, ମୋର ଯେବେ ତୁ ଏ କଥା ନ କରି ପାରିବୁ ତୋର ମୁଣ୍ଡ ରହିବା ନାହିଁ । ତୁ କାଲି ସକାଳୁ ମୋର ସପ୍ତ ପୁରୁଷଙ୍କୁ ଆଣି ମୋ ଦୁଆରେ ଛିଡ଼ା କରିଥିବୁ, ମୁଁ ତାଙ୍କ ସଙ୍ଗେ କଥାବାର୍ତ୍ତା ହେବି । କଳାରାଜନ ଏକଥା ଯମରଜାଝିଅକୁ କହିଲା । ଯମରଜାଝିଅ କହିଲା ଏହି ଛାର କଥା ପାଇଁ ଏତେ ଭାବନା କାହିଁକି ? ବାପାଙ୍କ ପାଖକୁ ଖବର ଦେଲେ ତ ସେ ପୁରର ସମସ୍ତଙ୍କୁ