ପୃଷ୍ଠା:Kathalahari (RN Das, 1927) opt.pdf/୧୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୧
ସାଧବବୋହୂ ଲୀଳାବତୀ କଥା ।

ଦାଣ୍ଡରେ ଗୋଟାଏ ନଡିଆଗଛ କରିଦେଲା, ତା ଘୋଡାରୁ ତାଳଗଛ କରିଦେଲା । ଏହିପରି ଆଉ ଛ ଭାଇଯାକ ଲୀଳାବତୀକି ଆଣିବାକୁ ଗଲେ, ସମସ୍ତ ସେଇଅଡ଼େ ନଡ଼ିଆଗଛ ହୋଇ ରହିଲେ । ଅଉ କିଏ ଅଛି ଯେ କିଏ ଯିବ, ସମସ୍ତେ ତୁନିତାନି ହୋଇ ରହିଲେ । ବଡ ଭାଇ ଭାରିଜାର ଗର୍ଭ ହୋଇଥାଏ, ତାର ଗୋଟିଏ ପୁଅ ହେଲା । ପୁଅଟିକୁ ଚାରି ଛ ବର୍ଷ ହେଲାରୁ ତାକୁ ଅବଧାନ ପାଖରେ ପାଠ ପଢ଼ାଇଲେ । ପୁଅର ନା ଦେଇଥାନ୍ତି ବିଣିକେସନ । ବିସିକେସନ ଚାହାଳୀରେ ପଢୁଚି, ଦିନେ ତାହାର ଖଡୀ ଗଡିଗଲା । ସେ ମାଗିବାରୁ, ଅଉ ପିଲାମାନେ ତାକୁ କହିଲେ, “ଅଣବାବୁଆରେ ପଣ ଯାଉଚି ନା ଖଡୀ ଗଡିଗଲା ଦେ ବୋଲୁଚି’ । ବିଶିକେଶନ ତାର ବାପ କିଏ ଜାଣେନା, କି ଅନ୍ୟ ପିଲାମାନେ କେହି ଜାଣନ୍ତି ନାହିଁ । ଏଇଥି ଲାଗି ପିଲାମାନେ ତାକୁ ଏପରି କହିଲେ । ବିଶିକେସନ ସେଦିନ ଚାହାଳିରୁ ଆସି ବିଲେଇ ଗୁହ ଶଣ ମୁଷା ମାଟି କଣ ଏପରି ଗୋଟାଏ ଘରେ ଶୋଇଲା । କେତେଠାଇଁ କେତେ ଖୋଜିଲେ, କୋଉଠି ତାକୁ ପାଇଲେ ନାହଁ ! ତାର ମା କାନ୍ଦୁଣୀ ସାନ୍ଦୁଣି ହୋଇ ତାକୁ ଖୋଜୁଥାଏ, ବିଲେଇ ବୋଇଲା ମ୍ୟାଉଁ ଦୁଧଭାତକରି ଗୁଣ୍ଡିଏ ଖାଉଁ ପୁଅକୁ ଦେଖାଇ ଦେଉଁ ।' ବିଲେଇକୁ ଦୁଧ ଭାତ ଖାଇବାକୁ ଦେଲେ, ବିଲେଇ ଖାଇସାରି ଯୋଉଘରେ ବିଶିକେସନ ଶୋଇଥିଲା, ସେ ଘର କବାଟରେ ଲାଙ୍ଗୁଡ ମାରିଦେଲା ଯେ କବାଟ ଫିଟିଗଲା । ମା ବିଶିକେସନର ମୁଣ୍ଡ ଉପରେ ବସିଲା, ଖୁଡୀମାନେ ଗୋଡ଼ତଳେ ବସିଲେ, ପଚାରିଲେ କାହିଁକି ରୁଷିଚୁ କହ, ହଜିଥିଲେ ଖୋଜିଦେବୁ, ଭାଙ୍ଗିଥିଲେ ଗଢ଼ି ଦେବୁ, କାହିଁକି ରୁଷିଚୁ କହ । ପୁଅ କହିଲା, ମୋ ବାପ ଦାଦିମାନେ କାହାନ୍ତି କହ । ମା କହିଲା ତୁ ସେଥିରୁ କି ପାଇବୁ ? ବାପ ଦାଦି ତ ସାନ ଖୁଡୀକୁ ଆଣବାକୁ ଗଲେ, ସେଇଆଡେ ରହିଲେ । ପୁଣି ପୁଅ ଯିଦି କରିବାରୁ ମା ଯୋଗୀର