ପୃଷ୍ଠା:Kathalahari (RN Das, 1927) opt.pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୫
ସାଧବବୋହୂ ଲୀଳାବତୀ କଥା ।

ମରିଯିବ, ମତେ କିଏ ପୋଷିବ ? ତେମେ ସିନା ମୋତେ ଅନାସ୍ତ କରି ଯିବ । ଯୋଗୀ କହିଲା ମୁଁ କଣ ସହଜରେ ମରିବି ? ଦରିଆ ଭିତରେ ସାତତାଲ ପାଣି,ସାତତାଲ ପଙ୍କ, ପଙ୍କ ଭିତରେ ଗୋଟିଏ ଫଡୁଆ; ତା ଭିତରେ ଗୋଟିଏ ସାନ ଫଡୁଆ, ତା ଭିତରେ ବଗଟି ଅଛି, ତାକୁ ଯଦି କିଏ ଆଣି ବେକ ମୋଡି ଦେବ ତେବେ ମୋ ପ୍ରାଣ ଯିବ । ଦରିଆ ଭିତରକୁ ଫେର୍ କିଏ ଯିବ ? ମାଛ, ମଗର, କୁମ୍ଭୀର, ଖାଇଯିବେ । ଯଦି କିଏ ଏ ଗାଁପାଖ ଠାକୁରାଣିଙ୍କ ଅନୁସରଣ କରି ତାଙ୍କ ହାତରେ ଯେ ବାରହାତଖଣ୍ଡା ଅଛି, ତାକୁ ପାଇବ ତେବେ ସେ ଖଣ୍ଡା ହାତରେ ଥିଲେ ମାଛ, ମଗର, କିଛି କରିବେ ନାହିଁ । ଳୀଳାବତୀ ଏକଥା ଶୁଣି ବିସିକେସନ ପାଖକୁ ଲେଖି ପଠାଇଲା । ବିଶିକେସନ ସେ ଠାକୁରାଣୀଙ୍କ ପାଖରେ ସତରାତି ସାତଦିନ ଗୁହାରିଆ ପଡିଲା । ଠାକୁରାଣି ପ୍ରସନ୍ନ ହୋଇ ତାକୁ ଆପଣା ହାତରୁ ଖଣ୍ଡା ଦେଲେ; କହିଲେ ଏ ଖଣ୍ଡା ସବୁବେଳେ ହାତରେ ରଖିଥିବୁ, ଦରିଆରେ ବୁଡିଲା ବେଳେ ଯଦି ମାଛ, କୁମ୍ଭୀର, ମଗର ଆସିବ, ତେବେ ଲିଆ ଭାଜି ନେଇଥିବୁ ଯେ, ଲିଆ ବୁଣିଦେଲେ ସେମାନେ ତାକୁ ଖାଇଲାଗିବେ, ପାଖକୁ ଆସିବେ ନାହଁ । ଠାକୁରାଣୀଙ୍କଠାରୁ ଏହିପରି ଆଜ୍ଞା ପାଇ ବିଶିକେସନ ମାଲୁଣୀ ପାଖକୁ ଗଲା, ତାକୁ ଏସବୁ କଥା କହି ଅଣ୍ଟିରେ ଲିଆଗୁଡିଏ ନେଇ ଦରିଆ କୂଳକୁ ଗଲା । ଦରିଆ ମଝିରେ ପଶି ଫଡୁଆଟି ଆଣିଲା, ଠାକୁରାଣୀଙ୍କ ଖଣ୍ଡା ଥାଏ ହାତରେ, କେହି ଜୀବଜନ୍ତୁ କିଛି କଲେ ନାହଁ । ଫଡୁଆଟି ଆଣି ସେ ମାଲୁଣୀ ଘରକୁ ଫେରି ଆସିଲା, ତା ଘୋଡ଼ା ଉପରେ ଚଢ଼ି ଯୋଗୀ ଦୁଆରକୁ ଗଲା । ଦରିଆ ଭିତରୁ ଫଡୁଆଟି ଆଣିଲା ବେଳୁଁ ଯୋଗୀକି ଜର ହୋଇଥାଏ, ଯୋଗୀକି ଦାଣ୍ଡକୁ ଡାକିଲା, ତାକୁ ସେ ଫଡୁଆଟି ଦେଖାଇଲା, ଯୋଗି ଯେତେ ନେହୁରା ନମସ୍ତ ହୋଇ ସେ ଫଡୁଆଟି ମାଗିଲା, ତା ଶୁଣୁଚି କିଏ ? ବିଶିକେସନ କହିଲା ଆଗେ ମୋ ବା