ତାକୁ ସମସ୍ତେ ଅସୁନ୍ଦର ବୋଲି କହୁଥିଲେ, ସେ ସୁନା ହଗୁଚି । ଦି ସଙ୍ଗାତଙ୍କର ଭାରି ମନ ମିଳେ, ଦି ଦିନପାଇଁ ସେ ସଙ୍ଗାତଠାରୁ ଅଁଳାକଣ୍ଢେଇକି ମାଗିନେଲା । କଣ୍ଢେଇକି ନେଇ ଘରକୁ ଯାଉଚି । ବାଟରେ ଗୋଟାଏ ବାଇଗଣ କିଆରି ପଡ଼ିଲା । ଆଛା ସୁନ୍ଦର କଅଁଳିଆ ବାଇଗଣ୍ଟିଏ ଦେଖି ତାକୁ ଛିଣ୍ତାଇ ନେଇ ଖାଇଲା । ଘରେ ପହଞ୍ଚି ଅଁଳାକଣ୍ଢେଇକି ଉତ୍ତମ ସ୍ଥାନରେ ରଖିଦେଲା । ମନ ଖାଲି ଛଟପଟ ହେଉଥାଏ କେମନ୍ତି ରାତି ହେବ । ରାତି ହେଲା, ଝଟ ୨ ରନ୍ଧାବଢ଼ା କରି ଖାଇପିଇ ଶୋଇଲେ । ରାତି ପହରକଠେଇଁ ଅଁଳାକଣ୍ଢେଇ ବାଇଗଣ ଚୋରଣୀ ୨ ବୋଲି ହୁରି ପକାଇଲା । ଏ ସ୍ତ୍ରୀଲୋକଟିର ଗେରସ୍ତ ଉଠିବସି କାବା ହୋଇ କହିଲା, କାହୁଁ ଗୋଟାଏ କଣ ଆଣିଚି, ବାଇଗଣଚୋରଣୀ ବୋଲି ଡ଼କାପାଡ଼ୁଚି, ଏ ରଜା ଦେଶ, ରଜା ଶୁଣିଲେ ଏହିକ୍ଷଣି ମୋ ହୁରୁମତ ନେବେ, ଏହା କହି ତା ଭାରିଯାକୁ ଟାଙ୍କେ ଛେଚିଲା । ଅଁଳାକଣ୍ଢେଇ ଛାଡ଼ିବାର ଜନ୍ତୁ ନୁହେଁ, ଡ଼ାକୁଥାଏ ' ଲୋ ବାଇଗଣ ଚୋରଣୀ ମୁଁ ହଗିଯିବ ଉଠୁ । ଏ ସ୍ତ୍ରୀଲୋକଟି ଉଠି ତାକୁ ଘରର ଏକ କଣରେ ହରାଇଲା । ରାତି ଦ୍ୱିତୀୟ, ତୃତୀୟ ପହର ବି ସେହିପରି ଘରର ଆଉ ଦୁଇକଣରେ ହଗାଇଲା, ଶେଷ ପହରକୁ ଆପଣା ଲୁଗା କାନିରେ ହଗାଇଲା । ସକାଳୁ ଉଠି ଗେରସ୍ତକୁ ସବୁ ଦେଖାଇଲା । ସୁନାମୁଣ୍ତା ଦେଖି ଗେରସ୍ତର ଆଖି ଝଲକି ପଡ଼ିଲା । ଭାରିଯାକୁ କେତେ ଗେଲ କରି କଥା କହିଲା; କାଲି ରାତିରେ ମାରିଥିବାରୁ ପିଠି ଆଉଁସି ଦେଲା । ଅଁଳାକଣ୍ଢେଇକି ଦି ଦିନ ରଖି, ଏମାନେ ସେ ମୂଲିଆଣୀକି ଫେରାଇଦେଇ ଆସିଲେ । ସେ ଅଁଳାକଣ୍ଢେଇକି ନେଇ ଘରଦୁଆର କଲା, ପକାକୋଠା କଲା, ଖୁବ ସୁଖରେ ରହିଲା, ମୁଁ ଗଲାକୁ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।