ପୃଷ୍ଠା:Kathalahari (RN Das, 1927) opt.pdf/୧୨୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୯
ବୁଦ୍ଧିମତୀ ସାଧବଝିଅର କଥା ।

ଗୋଟିଏ ସାଧବଝିଅ ଧୂଳିଘର କରି ଖେଳୁଚି, କଡ଼ିଏ କଉଡ଼ି ପାଇଲା । କଉଡ଼ି କଡ଼ିକ ହାତରେ ଧରି ଡ଼ିଆଉଁଥାଏ କ‌ହୁଥାଏ, 'କଡ଼ାକେ ମରି' କଡ଼ାକେ ଚରି, କଡ଼ାକେ ଘରଦୁଆର କରି, କଉଡ଼ି କଡ଼ିକ ବେଉନ୍ତି ପାରିଲେ ସୁନାଖମ୍ବେ ସୁନା କଳଶ ଡ଼େରି,ରଜାପୁଅ ସେହିବାଟେ ଘୋଡ଼ାଦଉଡ଼ କରୁଥିଲା, ସାଧବଝିଅର କଥାଶୁଣି ତାକୁ ପଚାରିଲା, କଉଡ଼ି କଡ଼ାକେ କିପରି ଏ କଥା ସବୁ କରିବୁ? ଏ କ‌ହିଲା ବୁଦ୍ଧି ଥିଲେ ସବୁ ହୋଇପାରେ । ରଜାପୁଅ ଏହା ଶୁଣି କିଛି ନ କ‌ହି, ଘୋଡ଼ାଦଉଡ଼ ବନ୍ଦ କରି ଘରକୁ ଗଲା, ଗୋଟିଏ ଘର ତ‌ହିଁରେ ମୂଷାମାଟି କଣ ୨ ବିଲେଇ ଗୁଣ ଶଣ ୨ ସେଇଘରେ ଯାଇ ଶୋଇଲା । ଖାଇଲା ପୁଇଲାବେଳକୁ ପୁଅକୁ ଖୋଜାଗଲା, ରାଣ କ‌ହିଲେ ଆଜି କାହିଁକି ଏତେବେଳ‌ଯାଏ ପୁଅ ଆସି ନାହିଁ ? ସମସ୍ତେ ଗଲେ ଖୋଜିବାକୁ, ଅନ୍ଦିରୁ ସନ୍ଧି ଖୋଜିଲେ, କୋଉଠି ପାଇଲେ ନାହିଁ । ବିଲେଇ କ‌ହିଲା 'ମିଉଁ ମିଉଁ ଦୁଧଭାତ କରି ଗୁଣ୍ତିଏ ଖାଉ ପୁଅକୁ ଦେଖାଇଦେଉଁ ।' ରାଣୀ କ‌ହିଏ ମର୍ ନିଆଁ ଲଗଟା, ସବୁ ଦିନେ ଖାଉଚୁ ଆଜି କଣ ନ ଖାଇଲେ ପୁଅକୁ ଦେଖାଇବୁ ନାହି । ବିଲେଇ କ‌ହିଲା ସବୁଦିନେ ଖାଏଁ ଅଇଣ୍ଠାଭାତ, ଆଜି ଖାଇବି ହାଣ୍ତରୁ ଭାତ । ବିଲେଇକି ହାଣ୍ତିରୁ ଭାତଗଣ୍ତାଏ ବାଢ଼ିଆଣି ଦୁଧ ଗୋଳେଇ ଖାଇବାକୁ ଦେଲେ । ବିଲେଇ ଖାଇଲା, ଲାଙ୍ଗୁଡ଼କୁ ଛିଡ଼ାକରି ମଉଁ ହୋଇ ଆଗେ ୨ ବାହାରିଲା । ଯୋଉଘରେ ରଜାପୁଅ ଶୋଇଚି, ସେ