ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୩
ବୁଦ୍ଧିମତୀ ସାନଝିଅର କଥା
ହୋଇଥାଏ । ରଜାପୁଅ ଖାଇବସି ଦରଖିଆ ହେଲାଣି ସାଧବ ଝିଅ କହିଲା,'କଡ଼ା'କେ ମରି କଡ଼ାକେ ତରି କଡ଼ାକେ ଘର ଦୁଆର କରି; କଡ଼ାଏ କଉଡି ବେଉନ୍ତି ପାରିଲେ ନୃପତିକୁମରେ ବନ୍ଦୀ ବି କରି ।” ରଜାପୁଅ ସବୁ ବୁଝି ପାରିଲା, ଖାଇଲାଠଉଁ ଉଠିଯାଇ ସାଧବଝିଅ ହାତକୁ ଧରିପକାଇଲା, କହିଲା ତମେ ସେହି । ମୋ ଦୋଷ କ୍ଷମା କର । ଏହାକହି ସାଧବଝିଅକୁ ଘରକୁନେଇଗଲା, ତାକୁ ପାଟରାଣୀ କଲା, ଦି ଭାରିଯାକୁ ଘେନି ସୁଖରେ ରହିଲା; ମୁଁ ଗଲାକୁ କଥା ନ କହିଲା । ମୋ କଥାଟି ସରିଲା, ଫୁଲଗଛଟି ମରିଲା ।
ହଇରେ ଫୁଲଗଛ କାହିଁକି ମରିଲୁ ? ମତେ ଗାଈ ଖାଇଗଲା । ହଇରେ ଗାଈ କାହିଁକି ଖାଇଲୁ ? ମତେ ଗଉଡ଼ ଜଗିଲା ନାହିଁ । ହଇରେ ଗଉଡ଼ କାହିଁକି ଜଗିଲୁ ନାହିଁ ? ମତେ ବଡ଼ବୋହୂ ଭାତ ଦେଲାନାହିଁ । ହଇଲୋ ବଡ଼ବୋହୂ କାହିଁକି ଭାତ ଦେଲୁ ନାହିଁ । ମତେ ପୁଅ ଛାଡ଼ିଲା ନାହିଁ । ହଇରେ ପୁଅ କାହିଁକି ଛାଡ଼ିଲୁ ନାହିଁ । ମତେ ଧୂଳିଆଜନ୍ଦା କାମୁଡ଼ିଲା । ହଲରେ ଧୂଳିଆଜନ୍ଦା କାହିଁକି କାମୁଡ଼ିଲୁ ? ମୁଁ ତଳେ ୨ ଥାଏଁ କଅଁଳ ମାଉଁସ ପାଇଲେ ରୁଟ୍ କରି ଖାଏଁ ।
ମେସିନ୍ଯନ୍ତ୍ରେ ମୁଦ୍ରିତ ।