ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬
ଉତ୍କଳ କାହାଣୀ ସଂଗ୍ରହ
ଘରଦୁଆର କଲେ, ମୁଁ ଗଲାରୁ କଥା କହିଲେ ନାହିଁ । [୧] ମୋ କଥାଟି ସରିଲା, ଫୁଲଗଛଟି ମରିଲା ।
ହଇରେ ଫୁଲଗଛ, କାହିଁକି ମରିଲୁ ? ମତେ ଗାଈ ଖାଇଗଲା ।
ହଇରେ ଗାଈ କାହିଁକି ଖାଇଲୁ ? ମତେ ଗଉଡ଼ ଜଗିଲା ନାହିଁ ।
ହଇରେ ଗଉଡ଼ କାହିଁକି ଜଗିଲୁ ନାହିଁ ? ମତେ ବଡ଼ବୋହୂ ଭାତ ଦେଲାନାହିଁ ।
ହଇଲୋ ବଡ଼ବୋହୂ କାହିଁକି ଭାତ ଦେଲୁ ନାହିଁ ? ମତେ ପୁଅ ଛାଡ଼ିଲା ନାହିଁ ।
ହଇରେ ପୁଅ କାହିଁକି ଛାଡ଼ିଲୁ ନାହିଁ ? ମତେ ଧୂଳିଆ ଯନ୍ଦା କାମୁଡ଼ିଲା ।
ହଇରେ ଧୂଳିଆଯନ୍ଦା କାହିଁକି କାମୁଡ଼ିଲୁ ? ମୁଁ ଭୁଇଁ ତଳେ ତଳେ ଥାଏ କଅଁଳ ମାଉଁସ ଟିକିଏ ପାଇଲେ ରୁଟ୍କରି ଖାଏଁ ।
![]() |
![]() |
![]() |
![]() |
![]() |
![]() |
![]() |
ଶ୍ୱେତ ବସନ୍ତ କଥା
ଗୋଟିଏ ମାଳିଟିଏ, ସେ ଭାରୀ ଦୁଃଖିଟିଏ । ଏ ମାଳିର ଦୁଇ ପୁଅ, ବଡ଼ପୁଅ ନାଁ ଶ୍ୱେତ, ସାନ ପୁଅ ନା ବସନ୍ତ । ଦୁଇ ଭାଇ ଏହିପରି
- ↑ ପ୍ରତ୍ୟେକ କାହାଣୀର ଉପସଂହାରରେ କଥୟନ୍ତୀମାନେ ଏହି କଥାଗୁଡ଼ିକ କହିଥାନ୍ତି । କେହି କେହି କେବଳ ନିମ୍ନଲିଖିତ କେତୋଟି ଶବ୍ଦ ଉଚ୍ଚାରଣ କରି କଳ୍ପିତ ଉପସଂହାର କରନ୍ତି "ମୋ କଥାଟି ଏତିକି, ଫୁଲ ଫୁଟିଗଲା କିଆ କେତକୀ ।"