ରହିଲେ, ଦେଖିଲେ ଦାସୀ ଭାତଗୁଡ଼ାକ କୁଢ଼ାଇଦେଇ ଏପରିକହୁଚି । ହଠାତ୍ ବାହାରି ପଡ଼ି ଦାସୀକୁ ଏ କଥାମାନଙ୍କର କାରଣ ପଚାରିଲେ । ଚମ୍ପାଦେଈ ନାହିଁ ନାହିଁ ହେଉଥାଏ, ଶେଷରେ ରଜା ଜିଗର କରିବାରୁ ସବୁ କଥା ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ କହିଗଲା । ରଜା ଘରକୁ ଗଲେ, ଗୋଟାଏ ଟୋପର ଖୋଳାଇଲେ, ଚମ୍ପୀଚୋରୀକୁ ଡକାଇ ପଚାରିଲେ ଏଥିରେ କେତେ ଧାନ ସମ୍ଭାଇବ । ଏ ଆଉ ଏତେକଥା ଜାଣିଚି ? ନଇଁପଡ଼ି ଖଣୀକୁ ଅନାଇଲା, ରଜା ତାକୁ ଖଣି ଭିତରକୁ ପେଲି ଦେଲେ, ତଳକଣ୍ଟା ଉପରକଣ୍ଟା ପକାଇଦେଲେ, ମାଟି ଛାଟିଦେଲେ । ଚମ୍ପୀଦେଈକି ପାଟରାଣୀ କଲେ, ଘର ଦୁଆର କଲେ, ସୁଖରେ ରହିଲେ, ମୁଁଁ ଗଲାରୁ କଥା ନ କହିଲେ । ମୋ କଥାଟି ସରିଲା ଇତ୍ୟାଦି ।
![]() |
![]() |
![]() |
![]() |
![]() |
![]() |
![]() |
ଗୋଟିଏ ସାଧବଟିଏ ଯେ ତାହାର ସାତ ଝିଅ । ଦିନେ ଜହ୍ନ ପଡ଼ିଚି, ସାତ ଭଉଣୀଯାକ ଅଗଣାରେ ଖେଳୁଛନ୍ତି, ବିଚାର କଲେ ଜହ୍ନ କୋଉଠି ଛିଡ଼ିଚି ଚାଲ ଯିବା ଦେଖିବା । ସାତ ଭଉଣୀଯାକ ଗଲେ, ଯାଇଁ ଗୋଟିଏ ବୁଢ଼ୀଅସୁରୁଣୀ ଦୁଆରେ ଜହ୍ନ ଛିଡ଼ିବାର ଦେଖିଲେ, ସେଇଠି ରାତି ପାହିଲା । ଦେଖିଲେ ବୁଢ଼ୀଅସୁରୁଣୀ ଧାନ ଉସାଉଚି ଗୋଟାଏ ଗୋଡ଼ ଚୁଲିରେ ମୁହାଇ ଦେଇଚି ଆଉ ଗୋଟାଏ ଗୋଡ଼ ୟାଡ଼କୁ ଲମ୍ବାଇ ଦେଇଚି । ବୁଢ଼ୀଅସୁରୁଣୀ ଏମାନଙ୍କୁ ଦେଖିଲାକ୍ଷଣି କହିଲା, ଆସଲୋ ପିଲାମାନେ, କୁଆଡ଼େ ଯାଉଚ, ଏଇଠି ବସ, ଖେଳ, ପିଲାମାନେ କହିଲେ ନାହିଁ ଆମେ ଜହ୍ନ କୋଉଠି ଛିଡ଼ିଚି ଦେଖିବାକୁ