ପୃଷ୍ଠା:Kathalahari (RN Das, 1927) opt.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭
କଲୁରିବେଣ୍ଟ କଥା ।

ହିଡ଼ କହିଲା ଯା କମାର ଘରୁ ଦାଆ ଆଣିବୁ କି ଘାସ କାଟିବୁ
କାଉ କମାର ଘରକୁ ଗଲା, କହିଲା -

ଦେ କମାର ଦେ ଦା, କାଟଇଁ ଘାସ
ଖାଉ କାଳୀଗାଈ ଦେଉ ଦୁଧ
ପିଉ ହରିଣ ଦେଉ ଶିଙ୍ଘ
ଖୋଳଇଁ ମାଟି
ଗଢ଼ୁ କୁମ୍ଭାର କଳଶ ଗୋଟି
କାଢ଼ଇଁ ପାଣି ଧୁଅଇଁ ଥଣ୍ଟ
ଧାଇଁ ଧାଇଁ ଖାଏ କଲୁରି ବେଣ୍ଟ ।

କମାର କହିଲା ବସ୍ ଦାଆ ଗଢ଼ି ଦେଉଚି । କାଉ ବସିଲା, କମାର ଦାଆଟିଏ ଗଢ଼ି ପଚାରିଲା, କେମନ୍ତ ନେବୁ ? କାଉ କହିଲା ମୋ ପିଠିରେ ଦେ, ଏ କହିଲା, ପିଠି ପୋଡ଼ିଯିବ ଆଉ କୋଉଠି ନବୁ? କାଉ କହିଲା ଥଣ୍ଟରେ ଦେ, ଏ କହିଲା ଥଣ୍ଟ ପୋଡ଼ିଯିବ ଆଉ କୋଉଠି ଦେଖା । କାଉ ବେକ ଦେଖାଇ ଦେଲା, କମାର ତତଲା ଦାଆ ଖଣ୍ଡି କାଉ ବେକରେ ଥୋଇଦେଲା । କାଉର କଲୁରିବେଣ୍ଟ ଖାଇବା ଲୋଭ ଲାଗିଚି, ଦାଆଖଣ୍ଡି ବେକରେ ନେଇକରି ଗଲା, କିଛିଦୂର ଯାଇ ଦାଆ ତାତିରେ ପୋଡ଼ି ହୋଇ ମରିଗଲା । ଗୋଟିଏ ବୁଢ଼ା ଚଷାଟିଏ ଗୋଟିଏ ବୁଢ଼ୀ ଚାଷୁଣୀଟିଏ ଦୋଟି ଯାଉଥିଲେ, ସେ ବାଟରେ, ବୁଢ଼ୀ ପାଇଲା କାଉଟିକି, ବୁଢ଼ା ପାଇଲା ଦାଆଖଣ୍ଡି । ବିଚାରିଲା କାଉଟିକି ତୂଣ କରି ଖାଇବି, ଘରକୁ ଗଲା,କାଉଟିକି କାଟିଲା କୁଟିଲା ତୁଣ କଲା, ଥୋଇ ଦେଇ ଗାଧୋଇ ଗଲା । ବୁଢ଼ୀ କହିଲା ଦେଖେଁ, ଚାଖେଁ କେମନ୍ତିକିୟା ତରକାରୀ ହୋଇଛି ? ଚାଖୁ ଚାଖୁ ସବୁତକ ଖାଇଦେଲା । ବିଲେଇଟା ମାରି ହାଣ୍ଡିରେ ମୁହଁ ଘଷିଦେଇ ସେଇଠି ପକାଇଦେଲା, ହେଁସଟାଏ ଘୋଡ଼ି ହୋଇ ଶୋଇଲା ଜର, କଲାଣି ବୋଲି । ବୁଢ଼ା ଗାଧୋଇ ଆସିଲାବେଳକୁ ବୁଢ଼ୀ କମ୍ପୁଚି