ଏହିପରି ଶୁଣେ । ଦିନକର ବଡ଼ରାଣୀଙ୍କ ଆଗେ କହିଲା ବୋଉ, ମୁଁ ନିତି ହୋରେ ବାୟା ହୋ, ଏହା କହି ବାୟା ହୁରୁଡ଼େଇଲାବେଳକୁ ବଣଭିତରୁ କିଏ ଗୋଟାଏ କହେ 'ମାକୁ କହ ଯା ମୁଁ ତମକୁ ବିଭା ହୋ ।' ବଡ଼ ରାଣୀ ଶିଖାଇଦେଲା, ଆଜି ଯେତେବେଲେ ସେ ଏହା କହିବ, ତାକୁ କହିବୁ, 'ତମେ ଯଦି ଆମକୁ ବିଭାଁ ହୋ, କାଲି ସକାଳୁ ଆମ ଦାଣ୍ଡଦୁଆରେ ଠିଆ ହୋ ।' ଏତ ଆଉ ଜାଣେ ନା ଅଜଗର ସାପ ବୋଲି, ମା ଯେମନ୍ତି କହିଥିଲା ସେହିପରି କହିଲା ତାକୁ । ତହିଁ ଆରଦିନ ରାତି ପାଇନାହିଁ ଅଜଗର ସାପ ଆସି ଦାଣ୍ଡଦୁଆରେ ଗର୍ଜନ ଛାଡ଼ୁଛି । ସମସ୍ତେ କହିଲେ ଏ କଅଣ ଏ କଅଣ ଅଜଗର ସାପୁଟାଏ କାହିଁକି ଏମନ୍ତ ଦାଣ୍ଡରେ ଗରଜୁଛି । ବୁଝୁ ୨ ବଡ଼ରାଣୀ କହିଲା ଏମନ୍ତି ୨ ମୋ ଝିଅକୁ ବିଭା ହେବାକୁ ଆସିଛି । ସମସ୍ତେ ବଡ଼ ଦୁଃଖିତ ହେଲେ, କହିଲେ ସେଡ଼େ ସୁନ୍ଦର ଝିଅକୁ ଅଜଗର ମୁହଁରେ ଦେବ । ସାନରାଣୀ କହିଲା କହିଚିତ ବିଭା କରିବ ନାହିଁ କଣ ? ଆଉ କଣ ଅଜଗରକୁ ଫେରାଇ ଦେବ ? ରାଜାବି ସେଇଆ କହିଲେ । ବଡ଼ରାଣୀ ଆଉ ତା ଝିଅ କାନ୍ଦୁଥାନ୍ତି, ବିଭାଘରର ସବୁ ଆୟୋଜନା ହେଲା, ବେଦୀ, ତୋଳାହେଲା ସବୁଠାରୁ ସବୁ ହେଲା । ପୁରୋହିତ ଆସିଲେ, ଭଣ୍ଡାରୁଣୀ ଆସିଲା, ଅଜଗର ସାପକୁ ଧରିଆଣି ବେଦୀ ଖୁମ୍ବରେ ବାନ୍ଧିଦେଲେ, ପୁରୋହିତ ମନ୍ତ୍ର ପଢ଼ି ବିଭାଘର କରିଦେଲେ । ସବୁ ସରିଲା, ଚତୁର୍ଥୀଦିନ ରାତିରେ ମଧୁଶଯ୍ୟାଘରେ ବିଛଣା କରିଦେଲେ, ଝିଅକୁ ଖଟ ଉପରେ ଶୁଆଇଦେଲେ, ଅଜଗର ସାପକୁ ଖଟ ଗୋଡ଼ରେ ବାନ୍ଧିଦେଲେ, ଆସିଲେ ସମସ୍ତେ ଶୋଇଲେ । ନିଃଶବ୍ଦ ହେଲା ଯେଉଠୁ, ଏ ରାଜାପୁଅ ସାପ-ଖୋଳରୁ ବାହାରିଲା, ବାହାରକୁ ଗଲା । ରଜାଝିଅକୁତ ଆଉ ନିଦ ନ ଥାଏ, ରଜାପୁଅ ବାହାରିଗଲା ଯେମନ୍ତି ଖୋଳକୁ ଛାଡ଼ି, ଏ କଅଣ
ପୃଷ୍ଠା:Kathalahari (RN Das, 1927) opt.pdf/୩୮
Appearance