ପୃଷ୍ଠା:Kathalahari (RN Das, 1927) opt.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୨
ଉତ୍କଳ କାହାଣୀ ସଂଗ୍ରହ ।

ଗୋଟିଏ ସାଧବ ଥାଏ ଯେ ତାର ସାତ ପୁଅ । ସାତବୋହୂ ସାତ ଯାଆ ଯାକ ଗର୍ଭ ହୋଇଥାନ୍ତି, ଆମ୍ବକ ସମୟ ହୋଇଚି, ବାରିକି ଗଲେ ଛ ଯାଆ ଛଅଟି ଭଲ ଆମ୍ବ ପାଇଲେ, ସବା ସାନ ଯା ଗୋଟିଏ ଖଣ୍ଡିଆ ଆମ୍ବ ପାଇଲା । ଯେଝା ଆମ୍ବ ଯେଝା ଖାଇଲେ, ସାନଯା ଆମ୍ବଟି ନେଉଳ ଖାଇଥିଲା; ସାନ ଯା ସେହି ନେଉଳଖଣ୍ଡିଆଟି ଖାଇଲା । ସମସ୍ତଙ୍କର ଦଶ ମାସ ହେଲା, ସମସ୍ତେ କଷ୍ଟ ପାଇଲେ, ପୁଅ ଜନ୍ମ କଲେ, ସାନ ଯା ଗୋଟିଏ ନେଉଳ ଜନ୍ମ କଲା । ସାନ ଯାଟି କାନ୍ଦୁଣୀ ମାନ୍ଦୁଣୀ ହେଉଥାଏ । ସମସ୍ତେ କହିଲେ ଏ କାହିଁକି ନେଉଳ ଜନ୍ମ କଲା ? ଛଅଯା ଯାକ କହିଲେ ଆମେ ସବୁ ଆମ୍ବଗଛ ମୂଳକୁ ଯାଇଥିଲୁଁ, ଆମେ ଛଅଟି ଭଲ ଆମ୍ବ ପାଇ ଖାଇଲୁ, ସେ ଗୋଟିଏ ଖଣ୍ଡିଆ ଆମ୍ବ ପାଇ ଖାଇଲା । ତାକୁ ନେଉଳ ଖାଇଥିଲା, ଏ ସେହି ନେଉଳ ଜନ୍ମ କଲା । ଷଠୀ ପଞ୍ଚୁଆତି ସାତପଣି ବୁଡ଼ ସବୁ ସରିଲା । ଗଲା କିଛିଦିନ, ପୁଅମାନେ ପାଠ ପଢ଼ିଲେ, ଘୋଡ଼ା ଚଢ଼ି ଶିଖିଲେ, ସବୁ କଲେ, ନେଉଳଟି ଆଉ କଣ କରିବ ? ତା ମା ପାଖରେ ଥାଏ । ଛଭାଇଯାକ କହିଲେ, ହେ ଆମର ଚାଲ ବିଦେଶ କରିଯିବା, ସବୁ ଦିନେ କଣ ଘରେ ବସିଥିବା ? ମା ମାନଙ୍କୁ କହିଲେ, ଘୋଡ଼ାରେ ଚଢ଼ିଗଲେ । ନେଉଳ କହିଲା ଆଲୋ ମା ମୁଁ ଯାନ୍ତି ଭାଇ ମାନଙ୍କ ସଙ୍ଗେ ? ମା କହିଲା ତୁ କୋଉଠିକି ଯିବୁ ? ତୋତେ କିଏ ମାଡ଼ି ପକାଇବ କି କଅଣ କରିବ, ତୁ କୋଉଠିକି ଯିବୁ ? ନେଉଳ କହିଲା ନାହିଁ ମା ମୁଁ ଯିବି, ମା କହିଲା ହଉ ଯା, ବୁଝି କାହାରି ସଙ୍ଗେ ଖଳବ ଲଗାଇବୁ ନାହିଁ । ମା ହଳଦୀ ଟିକିଏ