ପୃଷ୍ଠା:Kathalahari (RN Das, 1927) opt.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୩
ନେଉଳଭାଇ କଥା ।

ତେଲଟିକିଏ ଲଗାଇ ଦେଲା, ଲୁଗା ଖଣ୍ଡେ ଅଣ୍ଟାରେ ଗୁଡ଼ାଇଦେଲା, ଛାଡ଼ିଦେଲା । ସେ ଛ ଭାଇଯାକ ଘୋଡ଼ାରେ ଯାଉଥାନ୍ତି, ନେଉଁ କଣେ୨ ଯାଉଥାଏ । ବାଟରେ ଗୋଟାଏ ଆମ୍ବଗଛ ଦେଖିଲେ, ତହିଁରେ ଖୁବ୍ ସୁନ୍ଦର ଆମ୍ବ ପାଚିଚି । ଛ ଭାଇଯାକ କହିଲେ ଆହା । ନେଉଳ ଭାଇକି ସାଙ୍ଗରେ ଆଣି ଥାନ୍ତେଇଁ କି, ଆମ ପାରି ଦେଇଥାନ୍ତା, ଖାଇଥାନ୍ତେଇଁ ସମସ୍ତେ । ନେଉଳ ବଣଭିତରୁ ବାହାରି ପଡ଼ି କହୁଚି, ଆରେ ଭାଇ ! ମୁଁ ଆସିଚି ମଁ । ଏସବୁ କହିଲେ ଆରେ ନେଉଳ ଭାଇତ ଆସିଚି । ଦେ ଗଛରେ ଚଢ, ଆମ୍ବ ପାର, ଆମକୁ ଦେ । ନେଉଳ ଗଛରେ ଚଢ଼ିଲା, ସବୁ ପାକଲା ଭଲ ଆମ୍ବଯାକ ଖାଉଥାଏ, ୟାଙ୍କପାଇଁ ସବୁ କଞ୍ଚା ଆମ୍ବଯାକ ପକାଉଥାଏ । ଏମାନେ କହୁଥାନ୍ତି ନେଉଳଭାଇ ଦେ ମଁ ଆମକୁ ଭଲ ଆମ୍ବ ? ଏ ଦେଉ ନ ଥାଏ । ଏ ସବୁକ‌ହିଲେ ହଉ ରହ, ତୁ ତଳକୁ ଆ କି ତୋହର ରଙ୍ଗ ବୁଝାଯିବ । ନେଉଳ ସବୁ ଗଛକ‌ଯାକ ଆମ୍ବ ଖାଇଲା, ୟାଙ୍କୁ ଆଉ ଦେଲା ନାହିଁ କି ତଳକୁ ଆସିଲା ନାହିଁ । ଏମାନେ ଠିଆ ହୋଇଥାନ୍ତି, ନେଉଳ ତଳକୁ ଆସିଲେ ତାକୁ ମାରିବେ ବୋଲି । ନେଉଳ ଗଛରେ ବସି ୨ କେତେବେଳକେ ତଳକୁ ଆସିଲା । ଏମାନେ କଣ କଲେ ତାକୁ ଗୁଡ଼ାଏ ମାରିଲେ, ସେ ଗଛରେ ବାନ୍ଧିଦେଲେ, ଗଲେ । ନେଉଳ ଓଟାରି ଓଟାରି ହୋଇ ସେଥିରୁ ଫିଟିଲା, ତାଙ୍କରି ସାଙ୍ଗେ ୨ ବଣେ ୨ ଗଲା । ସେମାନେ ବାଟରେ ଗୋଟାଏ ତାଳଗଛ ଦେଖିଲେ, କ‌ହିଲେ ନେଉଳଭାଇକି ଛାଡ଼ି ଅଇଲେଇଁ, ଆଣି ଥାଆନ୍ତେଇଁ, କି ପାଚିଲା ତାଳ ଖାଇ ଥାନ୍ତେଇଁ । ଏହା କ‌ହିଲାକ୍ଷଣି ଲେଉଳ ସେହିପରି ବାହାରି ପଡ଼ିଲା କ‌ହିଲା ଭାଇ! ମୁଁ ଆସିଚି । ନେଉଳ ସେହିପରି ଗଛରେ ଚଢି ରସଯାକ ଖାଉଥାଏ, ମଞ୍ଜିତକ ଫୋପାଡ଼ୁଥାଏ । ସେମାନେ ସେହିପରି ଚଦିଲେ, ତଳକୁ ଆସିଲାକ୍ଷଣି ନେଉଳକୁ ଗୁଡ଼ାଏ ବାଡ଼େଇଲେ, ସେ