ପୃଷ୍ଠା:Kathalahari (RN Das, 1927) opt.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୪
ଉତ୍କଳ କାହାଣୀ ସଂଗ୍ରହ ।

ଗଛରେ ବାନ୍ଧିଦେଇ ଚାଲିଗଲେ । ଏହିପରି ବାଟରେ ଯୋଉଠି ଗଛ ଦେଖନ୍ତି ସେହିପରି ହୁଅନ୍ତି, ନେଉଳକୁ ଖୋଜନ୍ତି । ନେଉଳ ଯାଏ, ଫେର ନେଉଳ ସେହିପରି କଲାବେଳକୁ ଗଛରେ ତାକୁ ବାନ୍ଧି ଦିଅନ୍ତି,ଯାଅନ୍ତି । ଏହିପର ଯାଇ ୨ ଆରଦେଶ ରଜାଗାଁରେ ପ‌ହଞ୍ଚିଲେ । ରଜାଘରେ ଏ ଛ ଭାଇଯାକ ରହିଲେ, ନେଉଳଟି ଗୋଟିଏ ରାଣ୍ତି ବ୍ରାହ୍ମଣୀ ଘରେ ରହିଲା । ରାଣ୍ତୀ ବ୍ରାହ୍ମଣୀର କେହି ନ ଥାନ୍ତି, ଖାଲି ଦିଇ ବର୍ଷର ପୁଅଟିଏ ଥାଏ । ନେଉଳ କହିଲା ମାଉସି, ମୁଁ ତୋ ଘରେ ଚାକରି ରହନ୍ତି ? ରାଣ୍ତୀ ବ୍ରାହ୍ମଣୀ କ‌ହିଲା ତୁ ଗୋଟାଏ କଣ ଚାକରି କରିବୁ ? ନେଉଳ କ‌ହିଲା, ମୁଁ ତୋର ସବୁ କାମ କରିବି, ତୁ ମତେ ରଖ । ରାଣ୍ତୀ ବ୍ରାହ୍ମଣୀ କ‌ହିଲା ହଉ ତେବେ ରହ । ନେଉଳ ରହିଲା, ସବୁ କାମ କରୁଥାଏ, ସେ ପୁଅକୁ ଯେତେବେଳେ ହଗେଇ ନିଏ, ଏ ତେତେବେଳେ କଣ କରେ ପୁଅ ଗାଣ୍ଡିକି କାମୁଡିଦିଏ ଯେ ପୁଅ କାନ୍ଦେ । କାନ୍ଦେ ଯୋଉଠୁ ନେଉଳଭାଇ କ‌ହେ କାହିଁକି କାନ୍ଦୁଚୁ ? ପୁଅ କହେ ତୁ ମତେ କାମୁଡ଼ୁଚୁ । ନେଉଳଭାଇ କହେ ମୁଁ ତ‌ତେ ଆଉ କାମୁଡ଼ିବି ନାହିଁ, ତୁ କହେ ମତେ, ତୋ ମା କେଉଁଠି ଟଙ୍କା ରଖିଚି । ପୁଅ କ‌ହିଲା ଚୁଲୀମୁଣ୍ଡେ ପୋତିଚି । ନେଉଳଭାଇ କଣ କରେ ରାତିରେ ତାକୁ ଖୋଳେ, ସେ ଟଙ୍କାତକ ନିଏ । ରାଣ୍ଡୀ ବ୍ରାହ୍ମଣୀର ଗୋଟିଏ ବୁଢ଼ି ମେଣ୍ଢା ଥାଏ ଯେ ତାକୁ ଗିଳାଉଥାଏ, କାଳେ ହଗି ପକେଇବ ବୋଲି ଗାଣ୍ଡିରେ ଖଣ୍ତେ ଶୋଲ ମାରି ଦେଇଥାଏ । ସେହିପରି ସବୁଦିନେ କରେ । ରାଣ୍ଡୀ ବ୍ରାହ୍ମଣୀର ଯେତେ ଟଙ୍କା ଥିଲା, ସବୁ ତା ପୁଅକୁ ପଚାରି ଖୋଳି ସେ ମେଣ୍ଢାକୁ ଗିଳାଇ ଥାଏ । ଯେଉଁଦିନ ସେ ଛ ଭାଇ ଘରକୁ ବାହାରିଲେ, ଏ କ‌ହିଲା, ମାଉସି । ମୁଁ ଯାଉଚି ଘରକୁ, ରାଣ୍ତୀବ୍ରାହ୍ମଣୀ କ‌ହିଲା, ତୁ ଏତେଦିନ ଥିଲୁ ମୋ ଘରେ, କଣ ନେବୁ କହ । ନେଉଳ ଭାଇ କହିଲା ମୁଁ