ପୃଷ୍ଠା:Kathalahari (RN Das, 1927) opt.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୮
ଉତ୍କଳ କାହାଣୀ ସଂଗ୍ରହ ।

ଡାକି ନେଉଳଭାଇ କ‌ହିଲା, ହେ ମୋତେ ମୋ ଭାଇମାନେ ବିଭା କରିବାକୁ ନେଇ ଯାଉଛନ୍ତି, ମୁଁ ଅଇଛିକା ବିଭା ହେବିନାହିଁ । ତୁ ମତେ ଏଥିରୁ ବାହାର କରି ଦେ, ତୁ ପଶ ଯେ ତୁ ବିଭା ହେବୁ । ଗଉଡ଼ ଆଉ ଏତେ କଥା ଜାଣିଚି, ଗଉଡ଼ ବାହାର କରିଦେଲା ନେଉଳଭାଇକି, ସେଥିରେ ନିଜେ ପଶିଲା । ନେଉଳ କଣ କଲା ଗଉଡ଼କୁ ନଈକି ଫୋପାଡ଼ି ଦେଲା, ତାର ଗାଈ ପଳକ ଘିତିଲା, ଘରକୁ ଆସିଲା । ଏ ଛଅ ଭାଇଯାକ ଦେଖି କାବା ହୋଇଗଲେ; ପଚାରିଲେ, ହଇରେ ତୁ ଏ ଗାଈ କୋଉଠୁ ଆଣିଲୁ ? ନେଉଳଭାଇ କ‌ହିଲା, ତେମେତ ମତେ ପାଖରେ ପକେଇଦେଇ ଆସିଲ, ବ‌ହୁତ ଦୂରରେ ପକାଇ ଦେଇଥିଲେ ବେଶି ଗାଈ ଆଣିଥାନ୍ତି । ଏମାନେ କ‌ହିଲେ ହେ ନେଉଳଭାଇ । ଆମକୁ ତୁ ପଟରେ ପୂରାଇ ନଈକି ଫୋପାଡ଼ି ଦିଅନ୍ତୁ; ନେଉଳଭାଇ କ‌ହିଲା ହଉ ପଶ, ମୁଁ କଣ ମନା କରୁଚି ? ଏ ଛଅ ଭାଇ ଛ'ଟା ପଟରେ ପଶିଲେ, ନେଉଳଭାଇ ପଟମୁହ ସିଲେଇ କରିଦେଲା, ନଈରେ ଖୁବ୍ ଦୂରରେ ଫୋପାଡ଼ି ଦେଲା । ଆସି ଏ ଛ ମା ଯାକ‌ଙ୍କୁ ନେଇ ଘରେ ରଖିଲା, ବିଭା ହେଲା, ଘର ଦୁଆର କଲା ଖୁବ୍ ସୁଖରେ ରହିଲା, ମୁଁ ଗଲାରୁ କଥା ନ କ‌ହିଲା । ମୋ କଥାଟି ସରିଲା ଇତ୍ୟାଦି ।