ପୃଷ୍ଠା:Kathalahari (RN Das, 1927) opt.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୯
ଅନନ୍ତା କଥା ।

ଗୋଟିଏ ଚଷା ଘରେ ମା, ବାପ, ପୁଅଝିଅ ଚାରୋଟିଏ ଲୋକ ଥା'ନ୍ତି । ଝିଅଟି ବିଭା ହୋଇଗଲା ଗୋଟିଏ ଖୁବ୍ ଧନବନ୍ତ ଘରେ, ବାପଟି ମରି ଗଲା । ଏ ମା ପୁଅ ଦୋଟିଏ ଭାରୀ କଷ୍ଟରେ ଥାନ୍ତି, ରୋଜିନା ଚାରି ସେର ମୂଲ ଆଣି ଚଳନ୍ତି । ପୁଅଟି ନା ଅନନ୍ତା । ଭଉଣୀଘରେ ବିଭାଘର ହେଉଥିଲା ଅନନ୍ତା କହଲା, ମା ! ନାନୀଘରେ ବିଭାଘର ହେଉଚି, ମୁଁ ଯାନ୍ତି ଦେଖିବାକୁ ? ମା କହିଲା ହେଉ ଯା । ଅନନ୍ତା ଗଲା ଭଉଣୀ ଘରକୁ, ଯାଇ ସନ୍ଧ୍ୟାବେଳେ ପହଞ୍ଚିଲା । ଭିଣେଇ ଦେଖିଲା, କହିଲା ଅନନ୍ତ ଆସିଚ କି ? ହଉ ତେବେ ଏ ଖଲିପତ୍ର ଦିଖଣ୍ଡ ସିଇଁ ଦିଅ । ଏହା କହି ଦିବୋଝ ପତର ଦେଇଗଲା ଖଲି ସିଇଁବାକୁ । ଅନନ୍ତା ଖଲିପତ୍ର ସିଉଁ ୨ ରାତି ପାହାନ୍ତିଆ ହେଲା, ସମସ୍ତେ ରାତିରେ ଖାଇପିଇ ଶୋଇବେଣି, ଭଉଣୀର ମନେ ପଡ଼ିଲା ଅନନ୍ତାତ ଆସିଚି ଖାଇ ନାହିଁ । ଏହା କହି ହାଣ୍ଡିଶାଳରେ ହାଣ୍ଡି ଦେଖିଲାବେଳକୁ ହାଣ୍ଡିରେ କିଛି ନାହିଁ, ପେଜମିଶା ହୋଇ ଭାତ ଗଣ୍ଡିଏ ରହିଚି । ଡାକିଲା, ଅନନ୍ତା ! ପେଜ ପିଇବୁ ? ଅନନ୍ତା କହିଲା ନାହିଁ ନାନି, କାଲି ସକାଳଯାଏ, ରାତିପାହିଗଲାଣି କାଲି ସକାଳେ ଖାଇବି । ଭଉଣୀ ଫେରିଗଲା ଘରକୁ । କେତେ ସମୟ ପରେ ରାତି ପାହିଲା । ଭିଣୋଇ ଘରୁ ଉଠି ଆସି ଦେଖେ ଯେ ଅନନ୍ତା ପିଣ୍ଡାରେ ବସିଚି, କହିଲା ଆନନ୍ତ ! ଏ ଦାଆଖଣ୍ଡି ନେବଟି, ଘୋଡ଼ାପାଇଁ ଘାସ କେରାଏ ଆଣିବ, ଅନନ୍ତା ଦାଆକୁ ଆଣିଲା, ଆସିଲା । ମନେ ୨ ଭାବିଲା, ମୁଁ ସିନା ଦୁଃଖୀଟିଏ ବୋଲି ମତେ ଏମନ୍ତି କହୁଛନ୍ତି