ପୃଷ୍ଠା:Kathalahari (RN Das, 1927) opt.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୧
କଞ୍ଚନବତୀ କଥା ।

ପହଞ୍ଚିଲାବେଳକୁ କିଏ ପାଣିନୋଟା ଧରି ଛିଡ଼ା ହୋଇଚି, କିଏ ହାତଧରି ନେବାକୁ ବସିଚି, କିଏ ବିଛଣା କରି ଦେଉଚି, ଏହିପରି ସବୁ ହାଜର ଅଛନ୍ତି । ଗୋଡ଼ା ଧୋ ଘର ଭିତରକୁ ଗଲାବେଳକୁ ଘରେ ଭାତ ବଢ଼ା ହୋଇଚି, ଭଉଣୀ ଠିଆହୋଇଚି । ଅନନ୍ତା ଅଳଙ୍କାର ପେଡ଼ିଟି ଭଉଣୀ ଆଗରେ ଥୋଇଦେଲା, ଠା ପାଖକୁ ଯାଇ ବସିଲା, କହିଲା ଆଉଥରେ ଆସିଥିଲେ ଯେ ଭିଣୋଇ କହିଲେ ଖଲିପତ୍ର ସିଁ ! ଭଉଣୀ କହିଲା ପେଜ ପିଇବୁ ଆ ! ଏଥର ସିନା ଧନଦରବ ଆଣିଚି ବୋଲି ଏତେ ଆଦର, ଏହାକହି ସୁନାମୁଦି ରୂପାମୁଦିକି ଭାତରେ ପୋତିଦେଲା କହିଲା 'ଭୁଞ୍ଜ ସୁନା ଭୁଞ୍ଜ ରୂପା' ମୁଁ ଖାଇବି ନାହିଁ । ଏହା କହି ଥାଳୀ ପାଖରୁ ଉଠି ଆସିଲା, ଭଉଣୀକି କହିଲା ତୁ ଏ ଆଡ଼େ ମୁଁ ସେ ଆଡ଼େ; ଏହା କହି ହାତୀରେ ଚଢ଼ି ବାହାରି ଆସିଲା, ଘରେ ପହଞ୍ଚି ସୁଖରେ ଘରଦୁଆର କଲା, ଭଉଣୀକି ଆସି ପଚାରିଲା ନାହିଁ, ମୁଁ ଗଲାରୁ ମତେ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।


ଗୋଟିଏ ସାଧବଟିଏ ତାର ସାତ ପୁଅ ସାତ ବୋହୂ, କଞ୍ଚନବତୀ ବୋଲି ଗୋଟିଏ ଝିଅ । ଦିନକର ଭାଇଯାକ ମା'କୁ କହିଲେ, ଆଜି କଞ୍ଚନବତୀ ଶାଗ ଖରଡ଼ୁ । ମା କହିଲା ହଉ, କଞ୍ଚନବତୀକି ଶାଗ ଗୁରିଏ ଦେଲା କହିଲା ଯା ଖରଡ଼ିବୁ, ଭାଇମାନେ କହିଚନ୍ତି ଖାଇବାକୁ । ଏ ଗଲା ଶାଗ ଧୋଇ ଆଣିଲା, କାଟିଲା, ସୁନ୍ଦର କରି ଖରଡ଼ିଲା ।