ପୃଷ୍ଠା:Kathalahari (RN Das, 1927) opt.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୩
କଞ୍ଚନବତୀ କଥା ।

ଯେଉଁ କାରିକି ଥିଲା ସେ ଗଛରେ କିସୁନ୍ଦର ଫୁଲଗୁଡ଼ିଏ ଫୁଟିଚି ଦେଖି ଫୁଲଟିଏ ତୋଳିବାକୁ ଯେମନ୍ତି ହାତ ବଢ଼ାଇଚି, ସେ କଞ୍ଚନଗଛରେ କଞ୍ଚନବତୀ କହିଲା, ଥିରି ୨ କରି ତୋଳ ହେ ବାରିକ, ଗଛରୁପତର ଝଡ଼େନି, ମୋର ସାନ ଭାଇ ଖଣ୍ଡାରେ ହାଣିଚି ତହିଁକି ମୋ ଦେହ ଥରେଟି । ଗଛଭିତରୁ ଏମନ୍ତ ଶବଦ ବାହାରୁଚି ଶୁଣି ସମସ୍ତେ କାବା ହେଇଗଲେ । କଞ୍ଚନବତୀ ଶଶୁର ଫେର୍ ବିଡ଼ିବାପାଇଁ ଗଛକୁ ଫୁଲ ତୋଳିବାକୁ ହାତ ବଢ଼ାଇଲା; ସେ ଗଛରୁ ସେହିପରି ଶବଦ ହେଲା- ଥିରି ୨ କରି ତୋଳ ହେ ଶଶୁର ଗଛରୁ ପତର ଝଡ଼େଟି; ମୋର ସାନଭାଇ ଖଣ୍ଡାରେ ହାଣିକି ମୋ ଦେହ ଥରେଟି । ଶଶୁର ମନରେ କେତେ ଦୋଦୋପାଞ୍ଚ କଲା, ଗଲା ତା ଘରକୁ ବୋହୂ ଆଣିବାକୁ । ଶଶୁର ଆସି କହିଲା ମୋ ବୋହୂକୁ ପଠାଅ, କଞ୍ଚନବତୀର ବାପା ମା ଭାଇମାନେ ସମସ୍ତେ କହିଲେ ଆମେ ଝିଅକୁ ତ କୋଉଦିନୁ ଛାଡ଼ି ଆସିଲୁଣି, ତେମେ ଆଉ ବୋହୂପାଇଁ କଣ ଆସିଛ ? ଶଶୁର କହିଲା ହଉ ତେବେ ଏ ଗଛ ତଳକୁ ଆସିଲ, ଏ ଗଛ କଣ କହୁଚି ? ସମସ୍ତେ ଗଲେ, ଛ ଭାଇ, ଛ ଭାଉଯ, ବାପ, ମା, ସାନ ଭାଇ, ସାନ ଭାଉଜ ଗଲେ ନାହିଁ । ଆଗେ ବାପ ଗଲା ଫୁଲ ତୋଳିବାକୁ, ଗଛ କହିଲା, ଥରି ୨ କରି ତୋଳ ହେ ବାପା, ଗଛରୁ ପତର ଝଡ଼େଟି; ତମ ସାନ ପୁଅ ଖଣ୍ଡାରେ ହାଣିଚି ତହିଁକି ମୋ ଦେହ ଥରେଟି । ମା ଆଉ ୨ ଭାଇମାନେ ସେହିପରି ଗଲେ, ସେମାନଙ୍କୁ ବି ସେହିପରି କହିଲା । ଜାଣି ପାରିଲେ ଯେ ସାନ ଭାଇ କଞ୍ଚନବତୀକୁ ସେଠାରେ ମାରି ପକାଇଚି । ମା, ବାପା, ଶଶୁର, ଭାଇ, ଭାଉଜ ସମସ୍ତେ ବସି ସେଠାରେ କାନ୍ଦିଲେ । ରାତି ଯାଏ କାନ୍ଦୁଥାନ୍ତି, ରାତି ଅଧହେଲାଣି, ଇଶ୍ୱର ପାର୍ବତୀ ଉଡ଼ି ଯାଉଛନ୍ତି, ଏମାନଙ୍କ କାନ୍ଦଣା ଶୁଣି ସେଠାକୁ ଆସିଲେ । ଏମାନଙ୍କୁ ପଚାରିଲେ, ତେମେ ସବୁ କିଏ ? ଭୂତ ନା ପ୍ରେତ ? କାହିକି କାନ୍ଦୁଚ ? ଏମାନେ କହିଲେ, ଆମ୍ଭେମାନେ କେହି ନୋହୁ