ଆଣମାନେ ଏଇଠି ବସନ୍ତୁ, ମୁଁ ଆପଣଙ୍କ ଦାତୀ ଘୋଡ଼ା ସବୁ ଏହାରିଠାରୁ ଅସୁଲ କରି ଦେଉଛି । ଏହିପରି କହି ଅସୁରୁଣୀକୁ ବଗଟିକି ଦେଖାଇଦେଲା । ଅସୁରୁଣୀ ବଗଟିକି ଦେଖି ଲଗାଉଥାଏ ମତେ ସେ ବଗଟିକି ଦେ, ମୁଁ ତମର ସବୁ ଦେବି, ପୁଅ ଲଗାଇଥାଏ ସବୁ ଦେଇ ସାର ମୁଁ ବଗ ଦେବି । ଅସୁରୁଣୀ ବାନ୍ତିକରି ପକାଇଲା ଯେ ହାତୀ ହୋଡ଼ା ସବୁ ବାହାରିପଡ଼ିଲେ । ଏ ସେଉଠୁ ବଗଟିକି ମାରିଦେଲା, ଅସୁରୁଣୀ ଛୁଟୁପୁଟୁ ହେଇ ମରିଗଲା । ଏମାନଙ୍କୁ ଦିଘୀରୁ ବାହାର କଲା, ଟକ୍ମକ୍ ପାଣି ଲଗାଇ ତାଙ୍କ ଆକ୍ଷିସବୁ ଯୋଡ଼ିଦେଲା । ରାଜା ଆଉ ରାଣୀମାନେ ଖୁବ ସୁଖରେ ରହିଲେ, ଏ ପୁଅକୁ ବାହାଚୋରା କଲେ । ଏ ଆନନ୍ଦରେ ରହି ଘର ଦୁଆର କଲା । ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା, ଫୁଲଗଛଟି ଇତ୍ୟାଦି ।
ଗୋଟିଏ ଚକୁଳିଆ ପଣ୍ଡାଟିଏ ଯେ ତାର ସାତ ଝିଅ । ଚକୁଳିଆ ପଣ୍ଡା ନଅଗାଁ ଗଲେ ସେରେ, ଛଅଗାଁ ଗଲେ ସେରେ ଆଣେ, ଭାତ ରନ୍ଧାହୁଏ ଯେ ଆଉ ଅଣ୍ଟେ ନାହିଁ, ଚକୁଳିଆ ପଣ୍ଡା ଭାରିଯାକୁ ଗାଳି ଦିଏ, କହେ, ଯେତେ ଆଣିଦେଲି ଅଣ୍ଟିଲା ନାହିଁ ଆଉ କଣ କରିବି ? ଭାରିଯା କହେ ପିଲାଏତ ଖାଇଯାନ୍ତି ମୁଁ କଣ କରିବି । ଚକୁଳିଆ ପଣ୍ଡା କହେ ପିଲାମାନଙ୍କୁ କାହିଁକି ଦେଉ, ନାହିଁ କରି ଦେଉନାହିଁ ? ଏହିପରି