ପୃଷ୍ଠା:Kathalahari (RN Das, 1927) opt.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୧
ଉତ୍କଳ କାହାଣୀ ସଂଗ୍ରହ ।

ସବୁବେଳେ । ଦିନକର ରାଜା ପାରିଧିକି ଆସିଥିଲେ ସେହି ବନସ୍ତକୁ । ଏମାନେ ଗଛ ଭିତରେ ଗୁଣୁଗୁଣ ହୋଇ କାନ୍ଦୁଥାନ୍ତି, ମନ୍ତ୍ରୀ ଉପରେ ଲୁହ ଟୋପାଏ ପଡ଼ିଲା । ମନ୍ତ୍ରୀ କହିଲା, ମଣିମା ଗୋଟିଏ କଥାକହିବାକୁ ଭାରି ଡର ଲାଗୁଚି । ରାଜା କହିଲେ କଣ କହୁନାହଁ ? ମନ୍ତ୍ରୀ କହିଲା, ମଣିମା ! ଏ ଗଛରେ କିଏ ଅଛି କାନ୍ଦୁଚି ସେ ଲୁହ ପଡ଼ିଲା ମୋ ଉପରେ । ରାଜା କହିଲେ ଚାଖୁଣିଆକୁ ଚାଖିବୁଟି, ଆମ ଭଳିକା କି ତମ ଭଳିକା ? ଚାଖୁଣିଆ ଚାଖିକରି କହିଲା, ନାହିଁ ମଣିମା, ଆପଣଙ୍କ ସରିସା [୧] ରାଜା ସେଉଠୁ କହିଲେ, ଆମ ସମାନ ଯେବେ, ହାତ ଧରିକରି ଆଣ । ମନ୍ତ୍ରି ଯାଇଁ ଦେଖେ ଯେ ସାତଟି ଝିଅ, ତାଙ୍କୁ ସବୁ ହାତ ଧରିକରି ନେଇ ରାଜାଙ୍କ ପାଖେ ଠିଆ କରାଇ ଦେଲା । ରାଜା ପଚାରିଲେ, ହଇଲୋ ! ତେମେମାନେ କି ଘର ଝିଅ ? ଏମାନେ କହିଲେ, ଆମେ ଚକୁଳିଆ ପଣ୍ଡା ଝିଅ, ଆମକୁ ଏଠେଇଁ ବାପ ଛାଡ଼ି ଦେଇଗଲା, ଏହିପରି ସବୁ କଥା କହିଗଲେ । ରାଜା କହିଲେ ତେମେ ସବୁ କି କାମ କରିବ ? ଆଗ ବଡ଼କୁ ଡାକିଲେ, ପଚାରିଲେ ତୁ କି କାମ କରିବୁ ? ଏ କହିଲା, ମୁଁ ସବୁ କରିବି- ଚାଉଳ ଡ଼ୋଲିକ ଭାତ ରାନ୍ଧିବି, ସମସ୍ତଙ୍କୁ ଖାଇବାକୁ ଦେବି, ସାହି ଦେବି, ପଡ଼ିଶା ଦେବି, ବାସି କରିବି ତିଆସି କରିବି । ତାତଳ ଭଉଣୀକି ପଚାରିଲେ, ସେ ସେମନ୍ତି କହିଲା- ମୁଁ ବିରି ଗଉଣୀକ ବାଟିବି, ପିଠା କରିବି, ସମସ୍ତଙ୍କୁ ଖାଇବାକୁ ଦେବି, ସାହି ଦେବି, ପଡ଼ିଶା ଦେବି, ବାସି କରିବି ତିଆସି କରିବି; ଏହିପାରି ଆଉ ୨ ଭଉଣୀମାନେ କହିଲେ । ସବା ସାନ ଭଉଣୀ କହିଲା, ମୁଁ କିଛି କରି ପାରିବି ନାହିଁ- ରାଜାଙ୍କ ପାଟରାଣୀ ହେବି, ସାତପୁଅ,


  1. ସଦୃଶ, ଉପଲବ୍ଧ ।