ପୃଷ୍ଠା:Kathalahari (RN Das, 1927) opt.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୨
ଉତ୍କଳ କାହାଣୀ ସଂଗ୍ରହ ।

ସୁନାନାକୀ ଝିଅ ଜନ୍ମ କରିବି । ସେ ଯେପରି କହିଥିଲେ, ରଜା ସେମାନଙ୍କୁ ସେହିପରି କାର୍ଯ୍ୟ ଦେଲେ । ସମସ୍ତଙ୍କୁ ନଅରରେ ରଖାଇଲେ, ସାନ ଭଉଣୀକି ପାଟରାଣୀ କଲେ, ରଖିଲେ । ଏହିପରି କେତେଦିନ ଗଲା, ସାନରାଣୀର ଗର୍ଭ ହେଲା । ରାଜା ଦରବାରକୁ ଯାନ୍ତି । ୟାକୁ ଖଣ୍ଡେ ଖଞ୍ଜଣୀ ଦେଇଯାନ୍ତି, କହନ୍ତି ଯେ ଯେତେବେଲେ ତୋ ଦେହ ହେବ [୧] ସେତେବେଲେ ୟାକୁ ବଜାଇବୁ ଯେ ମୁଁ ଆସିବି, କଚେରୀ ପଛେ ଫାଟି ଯାଉଥିବ, ତୋ ଖଞ୍ଜଣୀବାଜା ଶୁଣିଲେ ମୁଁ ଆସିବି । କବାଟ କିଳି ଦେଇଥିବୁ, ତୋ ଭଉଣୀମାନେ ଯେତେ କବାଟରେ ମାରିବେ, କେଭେ ଫିଟାଇବୁ ନାହିଁ । ଦିନେ ଏ କଣକଲା, ମିଛର ଟିକିଏ ଖଞ୍ଜଣୀ ବଜାଇ ଦେଲା, ଦେହ କିଛି ହେଉ ନ ଥାଏ, ଖଞ୍ଜଣୀବାଜା ଶୁଣି ରାଜା ଆସିଲେ ବାହାରି କଚେରୀ ଭାଙ୍ଗିଦେଇ । ଆସିଦେଖିଲାବେଳକୁ ଦେହ କିଛି ହୋଇନାହିଁ । ରାଜା ବଡ଼ ବିରକ୍ତି ହେଲେ, ରାଣୀକି କହିଗଲେ, ଏଣିକି ତୁ ବଜାଇ ୨ ଥକିବୁ ମୁଁ କେଭେ ଆସିବି ନାହିଁ । କିଛି ଦିନ ଗଲା ବାହାରି, ଏହା ଦେହହେଲା, କବାଟକୁ କିଳି ଦେଇଥାଏ, ଖଞ୍ଜଣୀ ବଜାଉଥାଏ, ବଜାଇ ୨ ଥକିଗଲା, ଆଉ ରାଜା ଆସିଲେ ନାହିଁ । ଏ ଛଅ ଭଉଣୀ, ଧାଈ ଏ ସବୁ ଗଲେ, କବାଟରେ ମାରିଲେ, କହିଲେ ଆମେ କିଛି କରିବୁଁ ନାହିଁ ତୁ କବାଟ ଫିଟା । କେତେ କରି କହିଲେ, ରାଣ ନିୟମ ପକାଇଲେ ଯୋଉଠୁ, ଏ କବାଟ ଫିଟାଇ ଦେଲା । ଧାଈ ଘର ଭିତରକୁ ପଶିଗଲା, ଶୂଳ ଧଇଲା, ଯେତେବେଳକୁ ପୁଅ ଜନ୍ମ ହେବ, ତେବେବେଳେ କଣ କଲେ, କହିଲେ ଏ ଗାଁରେ ଅଛି ମୁହଁରେ ଅନ୍ଧୁଣି [୨] ପକାଇ ଜନ୍ମ କରନ୍ତି, ହା କହି ମୁହଁରେ ଅନ୍ଧୁଣି ପକାଇ ଦେଲେ । ପୁଅ ଯେମନ୍ତି କରି


  1. ପ୍ରସବ ବେଦନା ହେବ ।
  2. ଚକ୍ଷୁ ଘୋଡ଼ାଇବାର ବସ୍ତ୍ର