ପୃଷ୍ଠା:Kathalahari (RN Das, 1927) opt.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୪
ଉତ୍କଳ କାହାଣୀ ସଂଗ୍ରହ ।

କରନ୍ତି ପୁଅଟିକି ଉପରକୁ ଉଠାଇ ଦିଅନ୍ତି, ଫେର୍ [୧] ନେଇଯାନ୍ତି, ଏହିପରି ସବୁଦିନେ ଖେଳାଉଥାନ୍ତି, ଦିନେ ଧାଈ ଦେଖିଲା ଯାଇ ବଡ଼ ରାଣୀଙ୍କି କହିଲା, ଆମେ ଯେପରି ପିଲାଟିଏ ଖତଗଦାରେ ପୋତି ଦେଇଥିଲୁ ସେହିପରି ଗୋଟିଏ ପିଲା କୂଅରେ ଖେଳୁଚି । ବଡ଼ରାଣୀ ଶୁଣିଲା, ରାଜାଙ୍କ ପାଖକୁ ଖବର ଦେଇ ପଠାଇଲା ଯେ ବଡ଼ରାଣୀଙ୍କ ଦେହ ବ୍ୟସ୍ତ ଅଛି, କାଲି କୂଅକ ପାଣି ବୁହାହେବ, ସେଥିରେ ଯେଉଁ ମାଛ ଅଛି ତାକୁ ଖାଇଲେ ଦେହ ଭଲ ହେବ । ଧାଈ ଗଲା ରାଜାଙ୍କୁ କହିଲା, ରାଜା କହିଲେ ହଉ । ଗଙ୍ଗାମାତ ଶୁଣିଲେ, କାଳୀଗାଈକି କହିଲେ ହେ ! ତୁ ଏ ପୁଅଟିକି ରଖ, ଦୁଧ ପିଆଇବୁ, ଖେଳାଇବୁ, ରଖିଥିବୁ । କାଲିକି କୂଅକ ପାଣି ବୁହାଯିବ, ମୁଁ ଆଉ କେଉଁଠି ରଖିବି ? କାଳୀଗାଈ ପୁଅଟିକି ନେଇ ରଖିଲା । ତହିଁ ଆରଦିନ କୂଅରୁ ଟିକକ ଠଉଁ [୨] ପାଣି ବୁହାହେଲା, ଦେଖିଲାବେଳକୁ କିଛିନାହିଁ । କାଳୀ ଗାଈ କଣ କରେ ଅରଣ୍ୟଭିତରକୁ ଯାଏ ବାହାରି, ପୁଅକୁ ପେଟ ଭିତରେ ରଖିଥାଏ, ବାନ୍ତିକରି ବାହାର କରେ, ଚାଟେ, ଖେଳାଏ, ଦୁଧ ପିଆଏ, ଫେର୍ ଗିଳି ଦିଏ, ଚରିବୁଲି କରି ଆସେ । ଏହିପରି ସବୁଦିନ କରୁଥାଏ । କାଳୀ ଗାଈର ଦୁଧ ଊଣା ହେଲା, ଗଉଡ଼କୁ ମାଡ଼ ହେଲା, କାହିଁକି ଦୁଧ ଊଣା ହେଉଚି ବୋଲି, ଗଉଡ଼ କହିଲା ମୁଁ ତ ସବୁଦିନେ ଚରାଇ କରି ଆଣୁଚି, ବାଛୁରୀର ଜମା ଦେଖା ସାକ୍ଷାତକ ନାହିଁ, ଦୁଧ କାହିଁକି କମ୍ ହେଲା ମୁଁ କଣ କରିବି ? ଦିନକର ଗଉଡ଼ ଲୁଚିକରି ବସିଲା, ଦେଖେ ଯେ ଗାଈ ଗୋଟିଏ ପିଲା ବାହାର କରି ପେଟଭିତରୁ ଦୁଧ ପିଆଉଚି । ଦୁଧ ପିଆଇ ସାରି ପିଲାଟିକି


  1. ପୁନଶ୍ଚ
  2. ଶେଷ ବିନ୍ଦୁ ପର୍ଯ୍ୟନ୍ତ