ଥାଉ; ନିଅ ତାକୁ ମାରନା । ତାକୁ ସଙ୍ଗରେ ନେଲେ, ଯାଇ ଗୋଟିଏ ନିର୍ଜନ ଥାନରେ ଯୋଉଠି କୁଆ କୋଇଲିର ରାବ ନାହିଁ, ମଣିଷର ଠାବ ନାହିଁ, ସେଇଠି ପହଞ୍ଚିଲେ, ସେଇଠି ବସାକରି ରହିଲେ ।ଶଶିସେନା ରୋଷେଇବାସ କଲା, ଟିମା ଅସୁର ତେଲ ନେଇ ଗଲା, ଅଭିମନ୍ୟୁ ଗାଧୋଇବ ବୋଲି । ଅଭିମନ୍ୟୁ କେତେବେଳେ ବାରହାତ ଖଣ୍ଡା ହାତରୁ ଛାଡ଼େନାହିଁ । ଟିମା ଅସୁର ତେଲ ଲଗାଇ ଦେଉ ଦେଉ କହିଲା, ସବୁବେଳେ କାହିଁକି ଖଣ୍ଡାଟା ହାତରେ ଧରିଥାଅ ? ରଖିଦିଅ, ମୁଁ ଭଲକରି ତେଲ ଲଗାଇଦିଏ । ଅଭିମନ୍ୟୁ ଖଣ୍ଡା ଥୋଇଦେଲା । ଟିମା ଅସୁର ତେଲ ଲଗାଇ ଦେଉଚି, କ'ଣ ମନେ ବିଚାରିଲା, ଅଭିମନ୍ୟୁକୁ ହାଣି ପକାଇଲା । ହାତଗୋଡ଼ ଦିହିଙ୍କି ପୋତି ପକାଇଲା, ଗଣ୍ଡିକି ଗିଳିଦେଲା, ଚିକ୍କଣ ହୋଇ ଘସିପସି ହୋଇ ଗାଧୋଇ ଆସିଲା, ଅଭିମନ୍ୟୁର ଲୁଗାକୁ ପିନ୍ଧିଲା; ଗାମୁଛା କାନ୍ଧରେ ପକାଇଲା, ଖଣ୍ଡାକୁ ହାତରେ ଧରିଲା, ଅଭିମନ୍ୟୁ ବେଶ ଧରି ଗଲା ଶଶିସେନା ପାଖକୁ । ଶଶିସେନା ଆଉ ଜାଣେନା, ଟିମା ଅସୁର ଛଦ୍ମବେଶ ଧରିଚି, ତାକୁ ଭାତ ବାଢ଼ି ଦେଲା, ଅଭିମନ୍ୟୁ ଯେତିକି ଖାଏ ସେତିକି ଦେଲା । ଏ'ତ ଅସୁରଟାଏ, ୟା ପୋଟ କୋଉଠି ପୁରୁଚି ? ଶଶିସେନା ଯେତେ ଦେଉଥାଏ ପଛରେ, ଏ ଆଉ ନାହିଁ କରୁ ନଥାଏ, ସବୁ ଖାଉଥାଏ । ଶଶିସେନା ମନେ ମନେ ହେଉଥାଏ ଆଜି କାହିଁକି ଏତେ ଖାଉଛନ୍ତି । ଏହିପରି ଭାବି ହେଉଥାଏ, ଆଉ ଫିଟେଇ କରି କିଛି କହୁନଥାଏ । ଯେତେ ହାଣ୍ଡି ଭାତ ରୋଷେଇ କରିଥିଲା ଏ ସବୁ ଖାଇଲା । କେତେବେଳକେ ଉଠିଲା ଖାଇବାଠାରୁ । ଶଶିସେନା ମନରେ ଦୋ ଦୋ ପାଞ୍ଚ ହେଉଥାଏ, ସେ ପଚାରିଲା, ଟିମା ଅସୁର ନାହିଁ କି ? ଅଭିମନ୍ୟୁ ବେଶଧାରୀ ଟିମା ଅସୁର ମୁରୁକି ହସା ଦେଇ କହିଲା, ମୁଁ ପରା ଟିମା ଅସୁର । ତମ ଅଭିମନ୍ୟୁ ନଈରେ ବୁଡ଼ି ମରିବାରୁ ମୁଁ ପରା ତାଙ୍କ ଲୁଗାପଟା ପିନ୍ଧି ଆସିଚି । ଶଶିସେନା ଅଭିମନ୍ୟୁର ବାରହାତ ଖଣ୍ଡା ଧରି କହିଲା
ପୃଷ୍ଠା:Kathalahari (RN Das, 1927) opt.pdf/୭୨
ଦେଖଣା