ଅଭିମନ୍ୟୁ କୋଉଠି ମରିଚି ଦେଖା, ନଇଲେ ଏହି ଖଣ୍ଡାରେ ତୋର ପ୍ରାଣ ନେବି । ଟିମା ଅସୁର ଭୟରେ ଯୋଉଠି ଗୋଡ଼ହାତ ପୋତିଥିଲା ଦେଖାଇଦେଲା । ଶଶିସେନା କହିଲା ଏ ସିନା ହାତଗୋଡ଼, ଗଣ୍ଡି କାହିଁ ? ଟିମା ଅସୁର ଗଣ୍ଡିକୁ ବାନ୍ତି କରିଦେଲା । ଶଶିସେନା ଅଭିମନ୍ୟୁର ଗୋଡ଼ହାତ ମୁଣ୍ଡ ସବୁ ଏକାଠି ଯୋଖିଦେଲା, ସେଇଠି ବସି କାନ୍ଦିଲା । କାନ୍ଦି କାନ୍ଦି ରାତି ଅଧରୁ ବଳିଲାଣି, ଚାରିଆଡ଼େ ସମସ୍ତେ ନିଶବ୍ଦ ହେଲେଣି, ଈଶ୍ୱର ପାର୍ବତୀ ଆକାଶରେ ଉଡ଼ି ଯାଉଥିଲେ, ପାର୍ବତୀ କହିଲେ ରହିଥିବଟି, ମଞ୍ଚରେ କିଏ ଗୋଟିଏ କାନ୍ଦୁଚି । ଈଶ୍ୱର କହିଲେ, ଚାଲ ଯିବା ବାହାରି, ଆମର ସେଥିରେ କ'ଣ ଅଛି ? ପାର୍ବତୀ କହିଲେ, କିଛି ତ ବୁଝିବ ନାହିଁ, ଏ ସୃଷ୍ଟି ଭିଆଇଚ କାହିଁକି ? ଈଶ୍ୱର ପାର୍ବତୀ ଗଲେ, ଶଶିସେନାକୁ ପଚାରିଲେ, ତୁ କିଏ, ଭୂତ କି ପ୍ରେତ କି ଡାହାଣୀ କି ଚିରୁଗୁଣୀ କି କିଏ, ତୁ କାହିଁକି ବସି କାନ୍ଦୁଚୁ ? ଏ କହିଲା, ମୁଁ ଭୂତ କି ପ୍ରେତ ନୁହେଁ, ଏମନ୍ତ ଏମନ୍ତ ରାଜାଝିଅ, ଅଭିମନ୍ୟୁ ସଙ୍ଗରେ ଆସିଥିଲି, ତାକୁ ଟିମା ଅସୁର ମାରି ପକାଇଚି, ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ଏହିପରି ସବୁ କହିଗଲା । ଈଶ୍ୱର ପାର୍ବତୀ କହିଲେ, ହଉ ତେବେ, ତେଣିକି ମୁହଁ ବୁଲା, ଫୁଲପାଣି କରି ତିନିମୁଠା ଛିଞ୍ଚିଦେଲେ ଯେ ଅଭିମନ୍ୟୁ ଜାଇ ଉଠୁଲା, ଈଶ୍ୱର ପାର୍ବତୀ ଅନ୍ତର୍ଦ୍ଧାନ ହୋଇଗଲେ । ଶଶିସେନା ଅଭିମନ୍ୟୁକୁ ଟିମା ଅସୁର ଯାହା ଯାହା କରିଥିଲା, ସବୁ କହିଲା । ଅଭିମନ୍ୟୁ କହିଲା, ଆଉ ୟାକୁ ବିଶ୍ୱାସ ନାହିଁ, ୟା ଛ'ଭାଇ ୟାକୁ ଖୋଜିଲେଣି, ଏହା କହି ତାକୁ ସେଇଠି ହାଣି ପକାଇଲେ, ଆଉ ସେଠାରେ ରହିଲେ ନାହିଁ, ଗଲେ, ଯାଇ ଗୋଟିଏ ରଜା ଦେଶରେ ପହଞ୍ଚିଲେ । ଗୋଟାଏ ଆମ୍ବଗଛ ମୂଳେ ବସିଚନ୍ତି, ଅଭିମନ୍ୟୁକୁ ଶୋଷ କଲା, ସେ ଶଶିସେନାକୁ ସେଇଠି ବସାଇଦେଇ ଗଲା ଗାଁ ଭିତରକୁ ପାଣି ପିଇବାକୁ । ଅଭିମନ୍ୟୁ ଯାଉଚି ଗୋଟାଏ ଜ୍ଞାନଦେଈ ମାଲୁଣୀ ତାକୁ ଡାକିନେଲା ଘରକୁ, ଗୋଟାଏ କଳାଫୁଲ ଶୁଙ୍ଘାଇ ଦେଇ ତାକୁ କାଳିଆମେଣ୍ଢା କରିଦେଲା, ରଖିଲା । ଶଶିସେନା
ପୃଷ୍ଠା:Kathalahari (RN Das, 1927) opt.pdf/୭୩
ଦେଖଣା