ଅଛି, ସେ ଏ ବାରୁଣୀବୁଡ଼ କରାଉଚି । ମନେ ୨ ଭାବୁଥାଏ ଶଶିସେନା କଣ ଛଦ୍ମବେଶର ଏପରି କରିଚି ? ସେ ଦିନ ଅଭିମନ୍ୟୁ କହିଲା ମାଲୁଣୀକି, ମାଉସୀ ! ସମସ୍ତେ ବାରୁଣୀକି ଯାଉଛନ୍ତି, ମୁଁ ଟିକିଏ ଯାନ୍ତି ! ମାଲୁଣୀ କହିଲା ନା ତୁ କୋଉଠିକି ଯିବୁ ? ଅଭିମନ୍ୟୁ ଯାଉଁ ଏକଯିଦ୍ ଲଗାଇଲା, ମାଲୁଣି ତାକୁ ଗୋଟାଏ ମାଇପୀ ବେଶକରି ସାଙ୍ଗରେ ନେଲା । ଅଭିମନ୍ୟୁ ବୁଡ଼ ପକାଇଲା, ଗଲା ଦେଉଳ ଭିତରକୁ ଦର୍ଶନ କଲା । ସେହି ଦେଉଳ ଭିତରେ ଲେଖି ଦେଇଗଲା –
ଶଶିସେନା ବାଳୀ ମନରେ ଭାଳେଣୀ ଅଭିମନ୍ୟୁ ତାର ବର,
ଜ୍ଞାନଦା ମାଲୁଣୀ ବନ୍ଦୀ କରିଅଛି ଦିନେ କରେ ମେଷବର ।
ରାତିରେ ଧବଳ ପୁଷ୍ପ ସୁଙ୍ଘାଇଣ କରଇ ଭେଣ୍ଡା ସୁନ୍ଦର,
ଏଥିରୁ ମୁକତ କରିପାରୁ ଯଦି ଶଣିସେନା ବେଗେ କର ।
ଅଭିମନ୍ୟୁ ତ ସ୍ତୀରୀ ବେଶ ହୋଇଚି, ଶଶିସେନା ବୁଲି୨ ଆଉ ତୁଠଠେଇଁ ତାକୁ ପାଇଲା ନାହିଁ । ଦେଉଳଭିତରେ ଗୁଡ଼ାଏ କଣ ଲେଖା ହୋଇଚି ବୋଲି ପଢ଼ିଲାବେଳକୁ ଅଭିମନ୍ୟୁର କଥା ସବୁ ଲେଖା ହୋଇଚି । ଶିଶିସେନା ତହିଁ ଆରଦିନ ମାଲୁଣୀକୁ ଆଉ ତାର କାଳିଆ ମେଣ୍ତାକୁ ଘେନାଇ ଆସିଲା, ମାଲୁଣୀକି କହିଲା ତାକୁ ମଣିଷ କରିଦେ, ମାଲୁଣୀ କହୁଥାଏ ମେଣ୍ତାଟା କିପରି ମନିଷ ହେବ ? ଆଉ କିଛି କରୁ ନ ଥାଏ । ଯାଉଁ ମାଲୁଣୀକି ବିଛୁଆତିରେ ଗୁଡ଼ାଏ ମାଡ଼ ହେଲା, ମାଲୁଣୀ ଧଳାଫୁଲ ସୁଙ୍ଘାଇ ଅଭିମନ୍ୟୁକୁ ନିଜରୂପ କରିଦେଲା । ରଜା ସବୁକଥା ଜାଣିଲେ, ମାଲୁଣୀକି ଶୂଳିଆ ପଦାରେ ଶୂଳିଦେଲେ, ତା ଘରେ ଯେତେ ଧନ ଦରବ ଥିଲା ତାକୁ ନଅରକୁ ଘେନି ଆସିଲେ । ଶଶିସେନା ରାଜାଙ୍କ ହାତ ଧରି ପକାଇଲା, କହିଲି ମୁଁ ଆପଣଙ୍କର ଧମଝିଅ ହେଲି । ଆଜିଠାରୁ ଆପଣଙ୍କ ଝିଅକୁ ଆଉମୋତେ ଅଭିମନ୍ୟୁକୁ ବିଭାକରିଦିଅନ୍ତୁ । ରଜା ବଡ଼ ଖୁସିହେଲେ, ଶଶିସେନାକୁ ଆଉ ଜେମାକୁ}}