Jump to content

ପୃଷ୍ଠା:Kathalahari (RN Das, 1927) opt.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୧
ଉଜ୍ଜ୍ୱଳବତୀ କନ୍ୟା କଥା

ସତ୍ୟଯୁଗର ଯେମନ୍ତ ମନପବନ ଖଣ୍ଡା ହୋଇଥିବୁ, ମୁଁ ପକାଇଦେଲାରୁ ଗଣ୍ଡାଗୟଳ ତିନିଗର ହୋଇ ପଡ଼ିଯିବ । ମନ୍ତ୍ରୀପୁଅ ଏହା କହି ଖଣ୍ଡାକୁ ଛାଡ଼ିଲା ଯେ ଗଣ୍ଡାଗୟଳ ତିନିଗର ହୋଇ ପଡ଼ିଲା । ମନ୍ତ୍ରୀପୁଅ ଦଉଡ଼ିଯାଇ ତା'ର ଜିଭ ନଖ କାଟିକରି ଘେନି ଅଇଲା । ଆଉ ରଜା-ଯାକ କିଏ ଟିକିଏ ରକ୍ତ ଆଣିଚି, କିଏ ଟିକିଏ ରୁମ ଆଣିଚି, ଏହିପରି ସବୁ ଆଣି ରଜାଙ୍କୁ ଯାଇ କହିଲେ, ମୁଁ ମାରିଚି, ମୁଁ ମାରିଚି । ମନ୍ତ୍ରୀପୁଅ ଜିଭ, ନଖ ରଜାଙ୍କ ପାଖେ ନେଇ ଥୋଇଦେଲା, ରଜା କହିଲେ, ଏଇ ମୋ ଝିଅକୁ ବିଭାହେବ । ମନ୍ତ୍ରୀପୁଅ ମାଲୁଣୀଘରକୁ ଗଲା, ରଜାପୁଅକୁ ତେଲରୁ ବାହାର କରି ତଳେ ଥୋଇଦେଲା; ମୋହମଣିରୁ ଟିକିଏ ଘୋରି ରଜାପୁଅ ପାଟିରେ ଦେଲାକ୍ଷଣି ରଜାପୁଅ ଜୀଇ ଉଠିଲା । ମନ୍ତ୍ରୀପୁଅ ରଜାପୁଅକୁ ସଜ କରିଦେଲା, ବିଭା ହେବାକୁ ଘୋଡ଼ାଉପରେ ବସାଇଲା, ନିଜେ ଭଣ୍ଡାରି ହୋଇ ସାଙ୍ଗରେ ଚାଲି କରିଗଲା ରଜାନଅରକୁ । ରଜାପୁଅ ଉଜ୍ଜ୍ୱଳବତୀକି ବିଭା ହେଲା; ରଜା ଗୁଡ଼ାଏ ଖୁବ୍ ଦାନ ଯଉତୁକ ଦେଲେ, ରଜାପୁଅ ସବୁ ଘେନିକରି ଆସିଲା । ମନ୍ତ୍ରୀପୁଅ ସାଙ୍ଗରେ ଥାଏ, ବାଟରେ ସେହି ଚକଡ଼ାଠେଇଁ ରାତି ହେଲା, ସେଇଠି ସମସ୍ତେ ଶୋଇଲେ । ମନ୍ତ୍ରୀପୁଅ ବରକନ୍ୟାଙ୍କ ପାଲିଙ୍କି ପାଖେ ଚେଇଁକରି ଶୋଇଥାଏ; ପ୍ରଥମ ପ୍ରହର ରାତି ହେଇଚି, ଯୋଡ଼ିଏ ସ୍ରୀ ପୁରୁଷ ବାହାରିଲେ । ସ୍ତ୍ରୀ କହିଲା, ଆହା ! କି ସୁନ୍ଦର ସ୍ତ୍ରୀ ପୁରୁଷ ଯୋଡ଼ିଏ ଶୋଇଚନ୍ତି ! ପୁରୁଷ କହିଲା, ସୁନ୍ଦର ହେଲେ କ'ଣ ହେବ, ପୁଅ ତ ମରିବ, ବୋହୂ ତ ବିଧବା ହେବ । ସ୍ତ୍ରୀ କହିଲା, ଆହା ! ଏହା କାହିଁକି କହିଲ ? ପୁରୁଷ କହିଲା, ବାଟରେ ଯାଉ ଯାଉ ଗୋଟାଏ ଦେଉଳ ପଡ଼ିବ, ରଜାପୁଅ ପାଲିଙ୍କି ତା' ପାଖରେ ଯିବାବେଳେ ଦେଉଳ ଭାଙ୍ଗି ପଡ଼ିବ, ସେ ତା' ଉପରେ ପଡ଼ିବ । ଏଥିରେ କିଏ ଚେତା ଥାନ୍ତା, ସେବାଟରେ ନନେଇ ଆଉ ଗୋଟାଏ ବାଟରେ ବୁଲାଇ ନିଅନ୍ତା ସେ ରଜାପୁଅ