ବଞ୍ଚନ୍ତା । ଏହା ଯେ ଆଉ କାହାକୁ କହିବ ସେ ପଥର ହୋଇଯିବ । ଏହା କହି ସେ ସ୍ତ୍ରୀ ପୁରୁଷ ଦୋ'ଟି ଉଭେଇଗଲେ । ଦ୍ୱିତୀୟ ପ୍ରହର ରାତିରେ ଆଉ ଦୋ'ଟି ସ୍ତ୍ରୀ ପୁରୁଷ ବାହାରିଲେ । ସେ .ସେମନ୍ତି କଥାବାର୍ତ୍ତା ହେଲେ, ସୁନ୍ଦର ହେଲେ କ'ଣ ହେବ, ପୁଅ ତ ମରିବ, ବୋହୂ ଥାଇକରି କ'ଣ କରିବ ? ବରକନ୍ୟା ଘରପାଖରେ ହେଲାକ୍ଷଣି ବାପ କ'ଣ କରିବ, ପୁଅ ବିଭାହୋଇ ଆସୁଚି ବୋଲି ଗୋଟାଏ ହଜାର ଟଙ୍କାର ଘୋଡ଼ା ଆଣି ଠିଆ କରିଦେବ । ସେଇଟା ତ ମତୁଆଲା ଘୋଡ଼ା, ପୁଅ ଚଢ଼ିଲାକ୍ଷଣି ଘୋଡ଼ା ଫୋପାଡ଼ି ଦେବ ଯେ ପୁଅ ତ ମରିବ, ବୋହୂ ବିଧବା ହେବ, ଏଥିରେ କିଏ ଚେତା ଥା'ନ୍ତା କି, ବାପ ଘୋଡ଼ା ଆଣି ଦେଲାକ୍ଷଣି ଏ ଯାଆନ୍ତା, ଘୋଡ଼ା ଚାରିଟାପୁରୁ କରି ହାଣି ଦିଅନ୍ତା । ଏହା ଯେ ଆଉ କାହା ଆଗେ କହିବ ସେ ପଥର ହୋଇଯିବ । ଏହା କହି ସେ ଦିହେଁ ଉଭେଇଗଲେ । ରାତି ତୃତୀୟ ପ୍ରହର, ଆଉ ଦୋ'ଟି ସ୍ତ୍ରୀ ପୁରୁଷ ବାହାରିଲେ, ସେହିପରି କଥାବାର୍ତ୍ତା ହେଲା । ପୁରୁଷ କହିଲା ପୁଅବୋହୂ ଘରେ ପହଞ୍ଚିଲାରୁ, ୟାଙ୍କୁ ନେଇ ପକ୍କାଘରେ ବସାଇବେ । ସେ ପକ୍କାରୁ ଦଶହାତ ଛିଡ଼ି ପଡ଼ିବ ଯେ ପୁଅ ତ ମରିବ, ବୋହୂ ବିଧବା ହେବ । ଏଥିରେ କିଏ ଚେତା ଥ'ନ୍ତା କି, ସେ ପକ୍କାରୁ ଅଗକରି ଦଶହାତ ହାଣି ପକାନ୍ତା । ଏହା ଯେ କାହା ଆଗେ କହିବ ସେ ପଥର ହେବ । ଏହା କହି ସେ ଦିହେଁଯାକ ଗଲେ ବାହାରି । ଚତୁର୍ଥ ପ୍ରହରକୁ ଆଉ ଯୋଡ଼ିଏ ସ୍ତ୍ରୀ ପୁରୁଷ ବାହାରିଲେ । ସେ ସେମନ୍ତି କହିଲେ ଚତୁର୍ଥୀ ଦିନ ଏ ପୁଅବୋହୂ ଶୋଇଥିବେ, ନାଗନାଗୁଣୀ ଆସି ପୁଅକୁ ଦଂଶିଦେବେ ଯେ ପୁଅ ମରିବ, ବୋହୂ ବିଧବା ହେବ । ଏଥିରେ କିଏ ଚେତା ଥା'ନ୍ତା କି ସେଦିନ ସେ ଘରେ ଲୁଚିକରି ଥା'ନ୍ତା, ନାଗ ନାଗୁଣୀଙ୍କୁ ହାଣି ପକାନ୍ତା । ଏହା ଯେ କାହା ଆଗେ କହିବ, ସେ ପଥର ହୋଇଯିବ, ଏହିପରି କହି ଉଭେଇଗଲେ । ରାତି ପାହିଗଲା, ଏ କଥାସବୁ ମନ୍ତ୍ରୀ
ପୃଷ୍ଠା:Kathalahari (RN Das, 1927) opt.pdf/୮୧
ଦେଖଣା