ପୁଅ ଶୁଣିଥାଏ, ସମସ୍ତେ ଉଠି ବାହାରିଲେ । ଯାଉ ଯାଉ ବାଟରେ ଗୋଟିଏ ଦେଉଳ ପଡିଲା, ରାଜାପୁଅକୁ ସେ ବାଟେ ନ ନେଇ ଆଉ ଗୋଟାଏ ବାଟରେ ମନ୍ତ୍ରିପୁଅ ନେଇ ଗଲା । ସେଠଉଁ ଯାଇ ଗାଁପାଖରେ ପହଞ୍ଚିଲେ । ରାଜା, ପୁଅ ଆସୁଛି ବୋଲି ଶୁଣି ଗୋଟାଏ ଘୋଡ଼ା ପଠାଇ ଦେଲେ । ରାଜାପୁଅ ସେ ଘୋଡ଼ାରେ ନ ଚଢୁଣୁ ମନ୍ତ୍ରିପୁଅ ତା ଚାରିଟାପୁରୁ କରି ହାଣିଦେଲା । ଏଥିରେ ରଜାପୁଅ ମନେ ମନେ ଭାରୀ ଚିଡୁଥାଏ, କିଛି କହିପାରୁ ନ ଥାଏ । ଏମିତି ସେ ପକ୍କାଘର ପାଖକୁ ଆସିଲେ । ରଜାପୁଅ ତା ଭିତରକୁ ଯାଉଚି; ମନ୍ତ୍ରିପୁଅ ସେ ଘରୁ ଦଶହାତ ହାଣିପକାଇଲା । ରଜାପୁଅ ଆହୁରି ରାଗୁଥାଏ । ଚତୁର୍ଥୀ ଦିନା ରାତିରେ ରଜାପୁଅ ଆଉ ଉଜ୍ଜ୍ୱଳବତୀ ଶୋଇଥିଲେ, ମନ୍ତ୍ରିପୁଅ ଖଟତଳେ ଲୁଚିଥାଏ, ତେଣୁ ନାଗନାଗୁଣୀ ଆସିଲେ, ମନ୍ତ୍ରିପୁଅ ଖଣ୍ଡା ଧରିଥିଲା ତାଙ୍କୁ ହାଣି ପକାଇଲା । ସେ ଘରୁ ବାହାରି ଆସୁଚି, ଦେଖିଲା ୟେ ଉଜ୍ଜ୍ୱଳବତୀ ଦେହରେ ଟୋପାଏ ରକ୍ତ ଛିରିକି ପଡିଚି, ଧଡପଡ ହୋଇ ପୋଛିଦେଲା ବେଳକୁ ଉଜ୍ଜ୍ୱଳବତୀର ନିଦ ଭାଙ୍ଗିଗଲା । ରଜାପୁଅ ଉଠିଲା, ଭାରୀ ରାଗିକରି କହିଲା, ତେମେ କାହିଁକି ଏ ଘରେ ପଶିଥିଲ କହ । ମନ୍ତ୍ରିପୁଅ କହୁଥାଏ ସଙ୍ଗାତ ମତେ ସେ କଥା ପଚାରନା, କହିଲେ ପଥର ହୋଇଯିବି । ରଜାପୁଅ କେଭେ ମାନିଲା ନାହିଁ, ଭାରୀ ଜିଗିରି ଲଗାଇଲା । ମନ୍ତ୍ରିପୁଅ ଆଉ କଣ କରିବ, ସବୁ କହିଗଲା, ସେଇଠି ପଥର ହୋଇପଡିଲା । କେମନ୍ତି ସଙ୍ଗାତକୁ ମୁଁ ପଥର କଲି । ଏହି ଏହା ଭାବି୨ ରଜାପୁଅ ପାଗଳ ହୋଇଗଲା । ପାହଳ ହୋଇ କୁଆଡେ ବାହାରିଗଲା । ତହିଁର କେତେଦିନେ ରଜାପୁଅର ଗୋଟିଏ ପୁଅ ହେଲା । ରଜାପୁଅ ଏଆଡେ ସେଆଡେ ବୁଲି ବୁଲି ସେହି ସମୟକୁ ଯାଇ ଦିନେ ରାତିରେ ସେହି ପଥର ଚକଡା ଉପରେ ଶୋଇ ପଡିଥିଲା । ରାତି ଅଧ ହେଲାଣି,ଯୋଡ଼ିଏ ସ୍ତ୍ରୀପୁରୁଷ ବାହାରିଲେ, କହିଲେ, ଆହା । ସେ ମନ୍ତ୍ରିପୁଅଟି ପଥର ହୋଇଯିବାରୁ ଏ ବାୟା ହୋଇ ଏମନ୍ତ ବୁଲୁଚି,
ପୃଷ୍ଠା:Kathalahari (RN Das, 1927) opt.pdf/୮୨
ଦେଖଣା