ପୃଷ୍ଠା:Kathalahari (RN Das, 1927) opt.pdf/୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୭
ମଉନାବତୀ କଥା ।

ମେଳ ହେଉଚି, ମା ! ମୁଁ ଟିକିଏ ସେଠାକୁ ଯାନ୍ତି ? ଏ କ‌ହିଲା ହଉ ଯା, ଶୁଆ ଗଲା ମେଳରେ ମିଶିଲା । ମେଳ ଭାଙ୍ଗିବାରୁ ସବୁ ଶୁଆ ଯାକ ଗଲେ ବାହାରି । ଏ ଶୁଆ ମନେ ବିଚାରିଲା, ଖାଲି ହାତରେ କଣ ଯିନି, ବେଶ୍ୟାପାଇଁ କିଛି ନ ନେଇଗଲେ ସେ କଣ କ‌ହିବି ? ଆଉ ଶୁଆମାନେ କ‌ହିଲେ, ତାକୁ କଣ ଅପୂରୁବ ଯେ କଣ ନେବୁ? ନେଲେ ଏହି ବୁଢ଼ୀବୟସର [୧]ଫଳରୁ ଗୋଟିଏ ନେ । ଏ ସେହି ଫଳରୁ ଗୋଟିଏ ଆଣି ବେଶ୍ୟାପାଖରେ ପକାଇଦେଲା । ବେଶ୍ୟା ସେ ଫଳକୁ ବାରିଆଡ଼କୁ ଫିଙ୍ଗି ଦେଇଥିଲା ଯେ ତ‌ହିଁରୁ ଗୋଟିଏ ଗଛ ଉଠି ଏଡ଼େବଡ଼ ଗଛ ହୋଇ ରାଇଜର [୨] ଫଳ ଫଳି ପାଚିଥାଏ ଗୋଟିଏ ଖୁବ୍ ସୁପାକଲାଟିଏ, ତାକୁ ସାପ ସୁଙ୍ଘିଦେଇ ଯାଇଥାଏ । ବେଶ୍ୟା ସେହିଟିକି ଆଣିଲା, ଦିଫାଳ କରିଦେଇ ଫାଳେ କା‌ଉ ଆଡ଼କୁ ପକାଇଦେଲା, କ‌ହିଲା ଦେଖେଁ କି ଫଳ ଆଣିଚି । କାଉ କ‌ହିଲା ହଁ ମତେ ମାରିବାକୁ ବିଚାର କରିଥିଲା । ଏହା କ‌ହି କାଠେ ପକାଇଲା ଯେ ଶୁଆଟି ମରିଗଲା। ତ‌ହିଁର କେତେଦିନେ ଧୋବଣୀଟିଏ ଯେ ତାର ସ୍ୱାମୀ ତାକୁ ମାରିଥାଏ, ସେ ବେଶ୍ୟାବାରିର ସେହି ଫଳରୁ ଗୋଟାଏ ଖାଇ ମରିବାକୁ ବିଚାର କରିଥାଏ । ବେଶ୍ୟାଘରକୁ ଲୁଗା ଘେନିକରି ଆସିଲାବେଳେ ସେ ଫଳରୁ ଗୋଟାଏ ଖାଇଦେଲା, ଖାଇଦେଲାକ୍ଷଣି ତାର ଯୁବାବୟସ ହୋଇଗଲା । ବେଶ୍ୟାକୁ ଡ଼ାକିଲା, ଲୁଗା ନିଅ, ବେଶ୍ୟା ଆଉ ଚିହ୍ନିପାରିଲା ନାହିଁ, କ‌ହିଲା ତୋ ଶାଶୁକୁ ନ ପଠାଇ ତୁ ଅଇଲୁ କାହିଁକି? ଏ କ‌ହିଲା ନାହିଁ ସାନ୍ତାଣି । ମୋ ବୋହୂ ଆସିନାହିଁ ମୁଁ ଆସିଚି, ମୁଁ ତମର ବାରିର ବିଷଫଳ

  1. ଯେ ଫଳ ଖାଇଲେ ବୁଦ୍ଧାବସ୍ଥା ଲୋପ ହୋଇ ଯୁବା ହେବାକୁ ହୁଏ
  2. ଅପର୍ଯ୍ୟାପ୍ତ ।