ଫୁଲଗଛଟିଏ ହେଲା, ସେ ଘରଯାକ ଫଲ କଢ଼ି ହୋଇ ଫୁଟିଲା । ସାତ ଭାଉଜଯାକ ଗଲେ, ଡ଼ାଳପତ୍ର କିଛି ଭାଙ୍ଗିଲେ ନାହିଁ, ସାତଯାଙ୍କ ପାଇଁ ସାତଟି, ସୁନାଫୁଲ ପାଇଁ ଗୋଟିଏ, ଆଠଟି ଫୁଲ ତୋଳିଲେ, ହଳଦି ପାଣି ମୁଠାଏ ଛିଞ୍ଚି ଦେଲେ, କହିଲେ ଉଠ ଗୋ ସୁନାଫୁଲ ଉଠ । ସୁନାଫୁଲ ଉଠି ବସିଲା । ସେ ସୁନାଫୁଲରୁ ସାତ ଯା ସାତଟି ଲଗାଇଲେ, ସୁନୀଫଲକୁ ଗୋଟିଏ ଦେଲେ, ରହିଲେ । ଦିନକର ସାତ ଯା ଯାକ କହିଲେ ଆଜି ନଈକି ଗାଧୋଇ ଯିବା, ରାତି ଟିକିଏ ଅଛି, ସମସ୍ତେ ଗାଧୋଇବାକୁ ଗଲେ । ସମସ୍ତେ ଗାଧୋଇ ଅଇଲେ, ସାନବୋହୂ, ରାତି ପାହି ଯାଉଚି ବୋଲି ଧଡ଼ପଡ଼ ହୋଇ ଗାଧୋଇ ଚାଲି ଆସିଲା ବେଳକୁ, ତା ମୁଣ୍ଡରୁ ସୁନାଫୁଲଟି ଖସି ପଡ଼ିଲା କେତେବେଳେ, ସେ ଆଉ ଜାଣେ ନାହିଁ । ରଜାଙ୍କ ହାତୀ ପାଣି ପିଇବାକୁ ଆସିଥିଲା ନଈକି, ପାଣି ପିଉ ୨ ସେ ସୁନାଫୁଲଟିକି ଦେଖିଲା, ତାକୁ ନେଇକରି କଳରେ ଯାକିଥାଏ; ଆଉ ଖାଇଲା ନାହିଁ କି ପିଇଲା ନାହିଁ, ସବୁବେଳେ ଝୁରି ହେଉଥାଏ । ଝୁରି ୨ ହାତୀର କଣ୍ଟା ରହିଲା । ଦିନକର ରଜା କହିଲେ ହାତୀଟି କାହିଁକ ଜମା ଖାଉ ନାହିଁ ଝଡ଼ି ଗଲାଣି, ଏହା କହି ତାକୁ ଆଉଁସିଲେ ଆଉଁସୁ ୨ ହାତୀ ରଜାଙ୍କ ହାତରେ ସୁନାଫୁଲଟିକି ପକାଇଦେଲା । ରଜା ଦେଖି ବଡ଼ ଆଶ୍ଚର୍ଯ୍ୟ ହେଲେ, ମନ୍ତ୍ରୀଙ୍କି କହିଲେ ମନ୍ତ୍ରି, ଏ ଫୁଲ କୋଉଠୁ ଆସିଲା, ତେମେ ଯେବେ ଏଫୁଲରୁ କାଲିକି ଭାରେ ଦେବ ତ ଦେବ, ନଇଲେ ତମ ବଂଶ ରହିବେ ନାହିଁ । ମନ୍ତ୍ରୀ ବଡ଼ ଭାବନାରେ ପଡ଼ିଲା, କହିଲା ମୁଁ ଏବେ ସୁନାଫୁଲ ଭାରେ କୋଉଠୁ ଆଣିବି । ବ୍ୟସ୍ତ ହୋଇ ଘରକୁ ଗଲା, ଖାଇଲା ନାହିଁ ପିଇଲା ନାହିଁ, ଗୋଟିଏ ଘରେ ଭାବନାରେ ଶୋଇଲା । ପୁଅମାନେ ବୋହୂମାନେ ଡ଼ାକିବାକୁ ଗଲେ, ଜମା ଶୁଣିଲା ନାହିଁ କି କଥା କହିଲା ନାହିଁ । ସବା ଶେଷରେ ସୁନାଫୁଲ ଡ଼ାକିଲା । ଏ କହିଲା ଆଜି ଖାଇଲେ କଣ ହେବ, କାଲିତ