ପୃଷ୍ଠା:Kathalahari (RN Das, 1927) opt.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୬
ଉତ୍କଳ କାହାଣୀ ସଂଗ୍ରହ ।

ମୁହଁବୁଲା । ରଜା ତେଣିକି ମୁହଁ ଫେରା‌ଇଲେ, ଈଶ୍ବର ପାର୍ବତୀ ଫୁଲପାଣି କରି ତିନିମୁଠା ଛିଞ୍ଚିଦେଲେ ଯେ ସୁନାଫୁଲ ଜୀଇ ଉଠିଲା । ଈଶ୍ୱର ପାର୍ବତୀ ଉଭେଇ ଗଲେ । ରଜା ସୁନାଫୁଲକୁ ଘିନି ଘରକୁ ଆସିଲେ, ବଡ଼ ସାତରାଣୀଙ୍କି ଖଣି ଖୋଳାଇ ତ‌ହିଁରେ ପକାଇଦେଲେ,ତଳକଣ୍ଟା ଉପରକଣ୍ଟା ଛାଟିଦେଲେ । ସୁନାଫୁଲକୁ ନେଇ ଆନନ୍ଦରେ ଘରଦୁଆର କଲେ, ମୁଁ ଗଲାକୁ କଥା ନ କ‌ହିଲେ । ମୋ କଥାଟି ସରିଲା ଇତ୍ୟାଦି ।


ଗୋଟିଏ ସାଧବଟିଏ ଯେ ତାର ସାତପୁଅ ସାତବୋହୂ । ସବା ସାନ ବୋହୂଟିକୁ କେହି ଦେଖି ପାରନ୍ତି ନାହିଁ । ସାତ ଯା ଯାକ ଗର୍ଭହେଲେ, ବଡ଼ ଛ ଯାଆଙ୍କର କାହାର ପୁଅ ହେଲା କାହାରଝିଅ ହେଲା, ସାନ ଯାର କିଛି ହୋଇ ନ ଥାଏ । ଏ ଘରର କାମଦାମ ସବୁ କରୁଥାଏ । ଯେଉଁଦିନ କଷ୍ଟ ପାଇଲା, ଶାଶୁକୁ କହିଲା, ସାନ୍ତାଣି ମୋ ଦେହ କଣ ହେଉଚି । ଶାଶୁ କ‌ହିଲା ଯା ଆଗେ ପାଣି ହେରିକା ଆଣି ସାର ପଛେ କଷ୍ଟ ପାଇବୁ, ଏ ଆଉ କଣ କରିବ ? ସବୁକାମକରି ସାରିଲା, ଫେର୍ ଶାଶୁକୁ କହିଲା । ଶାଶୁ କଣ କଲା ନା ଅରଟଖଣ୍ଡିଏ ହାତରେ ଦେଲା । ଗୋଟାଏ ବରଣା [୧] ଦେଲା, କହିଲା ୟାକୁ ସୂତା


  1. ପରିଷ୍ମାର ତୂଳାର ଯଷ୍ଟି ଯ‌ହିଁରୁ ସୂତା କଟାଯାଏ ।