ପୃଷ୍ଠା:Kathalahari (RN Das, 1927) opt.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୭
ପାକସୋରୀ କଥା ।

କାଟିକାଟି ଯାଏ ଯୋଉଠିସରିବସେଇଠି ଜନ୍ମକରିବୁ, ପୁଅଟି ଏହେଲେ ଆଣିବୁ ଝିଅହେଲେ ଫୋପାଡ଼ିଦେଇ ଆସିବୁ ଏ ସେହିପରିସୁତାକାଟି ଗଲା ବାଟଯାକ, ଯାଇଁ ଗୋଟାଏ ପାନବରଜ ପାଖେ ବରଣାଟିସରିଲା ସେଇଠି ଜନ୍ମକଲା, ଝିଅଟିଏ ହେଲା । ଶାଶୂତ କ‌ହିଚି ଝିଅ ହେଲେ ଫୋପାଡ଼ି ଦେଇ ଆସିବୁ, ଆଉ ନେଇକରି ଯିବି କେମନ୍ତି ? ଝିଅଟିକି କଣକଲା ନା ପାନବରଜ ଭିତରେ ପାନ ଗୁଡ଼ିଏ ପାରି ଦେଲା ତା ଉପରେ ଶୁଆଇ ଦେଲା, ତା ପାଖରେ ବସି ଗୁଡ଼ିଏ କାନ୍ଦିଲା, ଘରକୁ ଆସିଲା । ଆରଦେଶ ରଜା ପାରିଧିକି ଆସିଥିଲେ । ଏ ଝିଅଟି ପାନବରଜରେ କାନ୍ଦୁଚି ଶୁଣିଲେ, କହିଲେ କେହିତ କୁଆଡ଼େ ନାହିଁ, ପିଲାଟିଏ କୋଉଠି କାନ୍ଦୁଚି ଦେଖିଲ, ଖୋଜିଲ । ଚାକରମାନେ ଗଲେ ଖୋଜିଲେ, ପାନବରଜ ଫିଟାଇ ଦେଖିଲା ବେଳକୁ ଝିଅଟିଏ କାନ୍ଦୁଚି ତାକୁ ନେଇ ଗଲେ ରଜାଙ୍କ ପାଖକୁ । ରଜା କ‌ହିଲେ ତାକୁ ନିଅ ଆମଘରକୁ, ଆମେ ତାକୁ ଝିଅ କରିବା । ନେଇକରି ଗଲେ ଘରକୁ, ରାଣୀକି ଦେଲେ, କହିଲେ ଏଇଟିକି ପାଳ, ଆମର ଝିଅ କରିବା । ରାଣୀ ପାଳିଲେ, ଝିଅଠାରୁ ଅତିସ୍ନେହରେ ବଢାଇଲେ । ତା ନାଆଁଟି ଦେଇଥାନ୍ତି ପାନସୋରୀ । ପାନସୋରୀକି ଦଶ ବାରବରଷ ହେଲା । ବଡ଼ ହେଲା, ବରଘର ଲଗାଇଲେ, ଆରଦେଶ ରଜାପୁଅକୁ ବିଭା କରିଦେବେ । ପାନସୋରୀ ଖୁବ୍ ସୁନ୍ଦରୀ, ଆରଦେଶ ରଜାପୁଅ ଆଉ ତାକୁ ଦେଖି ଦାଣ୍ଡକୁ ବାହାରିଲା ନାହିଁ, ସବୁବେଳେ ତା ପାଖରେ ଥାଏ । ପ୍ରଜାମାନେ କହିଲେ ରଜାପୁଅତ ଘରୁ ବାହାରିଲେ ନାହିଁ, କିଛି ବୁଝିଲେ ନାହିଁ, କିପରି ଚଳିବ ? ଏହିପରି ଯୋଉଠୁ ସମସ୍ତେ କହିଲେ, ରଜାପୁଅ କଣକଲା, ଦିନକର ରାତିରୁ ଉଠି ଘୋଡାରେ ଚଢ଼ି କୁଆଡ଼େ ଗଲା ବାହାରି । ଯାଇଁ ଆରଦେଶ ରଜାଗାଁରେ ପହଞ୍ଚିଲା । ସେ ଦେଶ ରଜାଝିଅକୁ ବର ମିଳୁ ନ ଥାଏ ଯେ ସେ ଧଳାଗାର, କଳାଗାର, ନାଲିଗାର, ନେଳୀଗାର,