ପୃଷ୍ଠା:Krutrima upagrahara jayajatra.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେବ ବୋଲି ପରାମର୍ଶ ଦେଇଥିଲେ । ୧୯୨୬ ମସିହା ମାର୍ଚ୍ଚ ୧୬ ତାରିଖରେ ସେ ପ୍ରଥମେ ତରଳ ଇନ୍ଧନ ପରିଚାଳିତ ରକେଟ ଛାଡ଼ିଥିଲେ । ଏହା ମାତ୍ର ୫୬ ମିଟର ଦୂରତା ଯାତ୍ରା କରିଥିଲେ ହେଁ ସେ ଏହା ଦ୍ୱାରା ମହାଶୂନ୍ୟ ଯାତ୍ରାର ଶୁଭ ଉଦ୍‌ଘାଟନ କରିଥିଲେ ।

ଏହି ସମୟରେ ଜର୍ମାନୀର ହର୍ମାନ ଓ ବେର୍ଥ ମହାଶୂନ୍ୟ ଯାତ୍ର ସମ୍ପର୍କରେ ଗଭୀର ଚିନ୍ତା କରିଥିଲେ। ସେ ୧୯୨୩ ମସିହାରେ ରକେଟ ଓ ମହାକାଶ ଅଭିଯାନ ବିଷୟରେ ଏକ ପୁସ୍ତକ ରଚନା କରିଥିଲେ। ମନୁଷ୍ୟ ମହାଶୂନ୍ୟରେ ବସତି ସ୍ଥାପନ କରି ପାରିବାର ସ୍ୱପ୍ନ ଦେଖିଥିଲେ । ତାଙ୍କର ପୁସ୍ତକ ୟୁରୋପର ବିଭିନ୍ନ ଦେଶରେ ଖୁବ ଲୋକପ୍ରିୟ ହୋଇଥିଲା ଏବଂ ସେସବୁ ଦେଶରେ "ରକେଟ ସମାଜ" ସ୍ଥାପିତ ହୋଇଥିଲା ।

ଋଷ ଓ ଜର୍ମାନୀରେ ରକେଟ ବିଜ୍ଞାନର ବିକାଶ ଘଟିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଶହଶହ ବିଜ୍ଞାନୀ ଏ ଦିଗରେ କ୍ରମାଗତ ଭାବରେ ପରୀକ୍ଷା ନିରୀକ୍ଷାମାନ ସଙ୍ଗଠନ କରିଥିଲେ । ଏହା ଫଳରେ ସେମାନେ ଭି-୨ (V-2) ନାମକ ଏକ ଶକ୍ତିଶାଳୀ ରକେଟ ଯାନ ତଥା କ୍ଷେପଣାସ୍ତ୍ର ଉତ୍ପଦନ କରିବାକୁ ସମର୍ଥ ହୋଇଥିଲେ । ୧୯୪୨ ମସିହାରେ ପ୍ରଥମ ଭି-୨ ରକେଟଟି ପରୀକ୍ଷା କରାଯାଇଥିଲା । ଏହାପରେ ଋଷର ବୈଜ୍ଞାନିକଗଣ ଉନ୍ନତ ରକେଟ ପ୍ରସ୍ତୁତିରେ ମନୋନିବେଶ କରିଥିଲେ ।


କୃତ୍ରିମ ଉପଗ୍ରହ - ଋଷର ଅପୂର୍ବ ସଫଳତା

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀର ପ୍ରସିଦ୍ଧ ବୈଜ୍ଞାନିକମାନେ ଡକ୍ଟର ଓର୍ଣ୍ଣହର ଭନବ୍ରାଉନଙ୍କ ନେତୃତ୍ୱରେ ଆମେରିକା ଯୁକ୍ତରାଷ୍ଟ୍ରକୁ ପଳାଇ ଯାଇଥିଲେ । କେତେଜଣ ଜର୍ମାନୀ ବୈଜ୍ଞାନିକ ଋଷକୁ ମଧ୍ୟ ଯାତ୍ର କରିଥିଲେ । ଏହି ବୈଜ୍ଞାନିକଗଣ ଋଷ ଓ ଆମେରିକାରେ ଉଚ୍ଚ ଗବେଷଣା କରିଥିଲେ । ଏହି ସବୁ ଉଦ୍ୟମ ଫଳରେ ୧୯୫୭ ଅକ୍ଟୋବର ୪ ତାରିଖରେ ସୋଭିଏତ ଋଷ ମହାଶୂନ୍ୟକୁ ସ୍ପୁଟନିକ୍‌ ନାମକ ଆଉ ଏକ କୃତ୍ରିମ ଉପଗ୍ରହ ମହାକାଶକୁ ପଠାଇଥିଲା ।

୧୯୫୮ ମସିହାର ଶେଷଭାଗରେ ଆମେରିକା "ସ୍କୋର" ନାମକ