ପୃଷ୍ଠା:Krutrima upagrahara jayajatra.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

40

ଆଶ୍ୱସ୍ତ ହେଲେ । କାରଣ ଏଥି ମଧ୍ୟରେ ବହୁ ବିପଦର ଆଶଙ୍କା ଥିଲା । ଯାହା ହେଉ, ସେସବୁ ବର୍ତ୍ତମାନ ଦୂରୀଭୂତ ହୋଇଛି ।


ସଂକେତ ପାଇଁ ସନ୍ଦେହ

ଏବେ ବିଜ୍ଞାନୀଗଣ ପୁଣି ଏକ ସଂଶୟରେ ପଡ଼ିଲେ । କୃତ୍ରିମ ଉପଗ୍ରହ ମହାକାଶରୁ ସଙ୍କେତମାନ ପଠାଉଛି କି ନାହିଁ । ଏହା ଉପରେ ନିର୍ଭର କରେ ଏହି ମୂଲ୍ୟବାନ ପ୍ରକଳ୍ପର ସଫଳତା !

କୃତ୍ରିମ ଉପଗ୍ରହ ଠିକ୍‌ ଭାବରେ ତାର କକ୍ଷ ପଥରେ ଘୂରିବା ଓ ସଂକେତ ପଠାଇବା ହେଉଛି ଏହି ପ୍ରକଳ୍ପର ପ୍ରଧାନ କାର୍ଯ୍ୟ । ସେଥିପାଇଁ ସମସ୍ତେ ଚିନ୍ତିତ । କାରଣ ତାହା ହଠାତ୍‌ ଜାଣିବା ସମ୍ଭବ ହେଲା ନାହିଁ । ଶେଷ ରକେଟ୍‌ରୁ ବିଚ୍ଛିନ୍ନ ହେଲା ପରେ କୃତ୍ରିମ ଉପଗ୍ରହ ସହିତ ଯୋଗାଯୋଗ ପ୍ରତିଷ୍ଠା କରିବାରେ ଅସୁବିଧା ହେଲା । ପୃଥିବୀ ଆଢୁଆଳରେ ଉପଗ୍ରହଟି ୧ ଘଣ୍ଟା ୧୦ ମିନିଟ୍‌ ରହି ଯାଇଥିଲା ।


ଠିକ୍‌ ଠିକ୍‌ ସବୁ କାର୍ଯ୍ୟ ଚାଲିଲା

ଉପଗ୍ରହଟି ତାପରେ ସୋଭିଏତ୍‌ ଋଷ୍‌ର ବିଅର୍ସଲେକ୍‌ ନିକଟବର୍ତ୍ତୀ ମହାକାଶ କେନ୍ଦ୍ର ଉପରେ ପରିଲକ୍ଷିତ ହେଲା । ତାର ସଙ୍କେତ ଖୁବ୍‌ ସ୍ପଷ୍ଟ ଓ ଶ୍ରୁତିଗୋଚର ହେଲା । ତାର ୧୦ ମିନିଟ୍‌ ମଧ୍ୟରେ ଭାରତର ଶ୍ରୀହରିକୋଟା ମହାକାଶ କେନ୍ଦ୍ର ଉପରେ ତାହା ଦୃଷ୍ଟିଗୋଚର ହେଲା "ଗଗନ ମଣ୍ଡଳରେ ଏକ ହୀରାଖଣ୍ଡ" ପରି । ଏହି ତଥ୍ୟ ଉଭୟ କେନ୍ଦ୍ର ପରସ୍ପରକୁ ଜଣାଇଦେଲେ । କୃତ୍ରିମ ଉପଗ୍ରହର କାର୍ଯ୍ୟକାରିତା ସନ୍ତୋଷଜନକ ବୋଲି ଜଣା ପଡ଼ିଲା । ଭାରତୀୟ ବୈଜ୍ଞାନିକଗଣ ଆନନ୍ଦରେ ଅଭିଭୂତ ହୋଇଗଲେ । ସେମାନଙ୍କର ଏକ ସ୍ୱପ୍ନ ସାକାର ହେଲା ।