ପୃଷ୍ଠା:Krutrima upagrahara jayajatra.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

42


୧୯୬୧ ମସିହାର କଥା । ଡକ୍ଟର ବିକ୍ରମ ସରାଭାଇ ତ୍ରିଭେନ୍ଦ୍ରମ୍‌ଠାରେ ଏକ ଉପଗ୍ରହ ନିର୍ମାଣ ବିଭାଗ ପ୍ରତିଷ୍ଠା କଲେ । ପଫେସର ୟୁ.ଆର୍‌. ରାଓ ଏହି ବିଭାଗର ଅଧ୍ୟକ୍ଷ ରୂପେ ନିଯୂକ୍ତ ହେଲେ । ସେଥିପାଇଁ ଆମ ଦେଶରେ ସମ୍ବଳର ଯେମିତି ଅଭାବ, ଏଥିପାଇଁ ଆବଶ୍ୟକ ଭିତ୍ତି ଭୂମିର ସେମିତି ଅଭାବ । ମହାକାଶ ଗବେଷଣା କ୍ଷେତ୍ରରେ ଆଧୁନିକ ଜ୍ଞାନ ଓ ଯନ୍ତ୍ରପାତି ମଧ୍ୟ ଭାରତରେ ନିତ୍ୟାନ୍ତ ଦୁର୍ଲ୍ଲଭ ।


ଶ୍ରୀହରିକୋଟା

ବାଙ୍ଗାଲୋର ନିକଟରେ ପୀନ୍ୟା ଶିଳ୍ପାଞ୍ଚଳ। ଗାଁ’ଟିଏ କେତେ ସରଳ ଓ ଶାନ୍ତ । ସେଇ ଗାଁ ଭିତରେ କେତୋଟି ଘର ନେଇ ପ୍ରଥମେ କେତେକ ବିଜ୍ଞନୀ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗବେଷଣା ଆରମ୍ଭ କରିଦେଲେ । କୃତ୍ରିମ ଉପଗ୍ରହ ତିଆରି କରିବାରେ ଘରୋଇ ଓ ସରକାରୀ କଳକାରଖାନା ସମ୍ପୃକ୍ତ ହେଲେ । ପ୍ରଫେସର ୟୁ.ଆର୍‌.ରାଓଙ୍କ୍ ନେତୃତ୍ୱରେ ୨୦୦ ବିଜ୍ଞାନୀ ସ୍ତ୍ରୀ, ପୁରୁଷ, ବୃଦ୍ଧ, ଯୁବକ ଏହି କାର୍ଯ୍ୟରେ ଲାଗିପଡ଼ିଲେ । କୃତ୍ରିମ ଉପଗ୍ରହ ପାଇଁ ନକ୍‌ସା କରିବାରେ ତାର ଯାତ୍ରା ପାଇଁ ଗଣନା, କଳନା ଆଦି କରିବାରେ ସେମାନେ ଭୋକଶୋଷ ଭୁଲିଗଲେ ।


ଉପଗ୍ରହର ଜନ୍ମ

ପ୍ରଥମେ କୃତ୍ରିମ ଉପଗ୍ରହର ଏକ ମଡେଲ ତିଆରି ହେଲା । ସୋଭିଏତ୍‌ ଋଷ୍‌କୁ ନିଆଯାଇ ସେଠାରେ ତାର ପରୀକ୍ଷାନିରୀକ୍ଷା କରାଗଲା । ରକେଟ୍‌ଯାନ ସାଥିରେ ତାର ଯୋଗାଯୋଗ ଠିକ୍‌ ରହିବ କି ନାହିଁ ଦେଖାଗଲା । ତାପରେ ତାର ବିଦ୍ୟୁତ୍‌ ଚାଳିତ ପ୍ରତିରୂପ ପ୍ରସ୍ତୁତ କରାଗଲା । ଶ୍ରୀହରିକୋଟା ଠାରେ ଗୋଟିଏ ହେଲିକେପ୍ଟର ଉପରେ ତାକୁ ପରୀକ୍ଷା କରି ସୁବିଧାରେ ତା ଠାରୁ ସଂକେତ ପଠାଇବା ସହଜସାଧ୍ୟ ହେଉଛି କି ନାହିଁ ଦେଖାଗଲା । ତାପରେ ଦୁଇଟି ଉଡ୍ଡୀୟମାନ ପ୍ରତିରୂପ ପ୍ରସ୍ତୁତ କରାଯାଇ ସୋଭିଏତ୍‌ ରାଷ୍ଟ୍ରରେ ପୁଣି ଥରେ ପରୀକ୍ଷା କରାଗଲା । ପ୍ରତ୍ୟେକ ଯନ୍ତ୍ରପାତି ଦୁଇଟି