ପୃଷ୍ଠା:Krutrima upagrahara jayajatra.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଅପରାହ୍ନ ଗୋଟାଏ ବେଳେ ପ୍ରବଳ ବର୍ଷା ହେଲା । ପ୍ରାୟ ୨୦ ମିନିଟ୍‌ ପରେ ବର୍ଷା ଛାଡ଼ିଗଲା । ସଙ୍ଗେ ସଙ୍ଗେ ଉତ୍‌କ୍ଷେପଣର ଆୟୋଜନ ଚାଲିଲା । ଶୁଣାଗଲା - ଦଶ - ନଅ - ଆଠ - ସାତ - ଛଅ - ପାଞ୍ଚ - ଚାରି - ତିନି - ଦୁଇ - ଏକ । ତାପରେ ଆଖିପିଛୁଳାକେ ସିଂହ ଗର୍ଜନ କରି ଲମ୍ଫ ପ୍ରଦାନ କଲା ରକେଟ୍‌ ଆକାଶମାର୍ଗକୁ । ଧଳା, ନାରଙ୍ଗୀ ଆଦି ରଙ୍ଗର ଅଗ୍ନିଶିଖା, ଶେଷରେ ନୀଳ ଘନ ଧୂମଧାର ।