ପୃଷ୍ଠା:Krutrima upagrahara jayajatra.pdf/୫୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
49

ହିମାଳୟରେ କିପରି ବରଫ କମ୍‌ ବେଶୀ ହୁଏ, ଗଙ୍ଗା, ଯମୁନା ଓ ବ୍ରହ୍ମପୁତ୍ର ନଦୀରେ ଜଳବୃଦ୍ଧି ଘଟେ, ବନ୍ୟା ଆସେ, ସ୍ରୋତର ହ୍ରାସ ଓ ଆଧିକ୍ୟ ଘଟେ, ସେ ସମ୍ପର୍କରେ ବିଭିନ୍ନ ସୂଚନା ମିଳିବାର ଯୋଜନା ହୋଇଥିଲା । ଥର୍‌ ମରୁଭୂମିର ବୃଦ୍ଧି ଓ କ୍ଷୟ ପାଉଥିବା ଅଞ୍ଚଳ ଆଦିର କାରଣ ବିଷୟରେ ଗବେଷଣା କରିବା ପାଇଁ ଏହା ତଥ୍ୟ ଯୋଗାଇବା କଥା । ଜମିର ପ୍ରକୃତି, ପରିମାଣ, ଫସଲ ଆଦି ସମ୍ପର୍କୀୟ ସୂଚନା ଦେବା ସଙ୍ଗେ ସଙ୍ଗେ ଦେଶରେ ବଣ ଜଙ୍ଗଲର କ୍ଷୟ ଓ କାରଣ ସମ୍ପର୍କରେ ଅନୁଧ୍ୟାନ କରିବାରେ ଏହା ସହାୟକ ହେଲା । ଜଳବାୟୁ ଓ ପାଣିପାଗ ବିଷୟରେ ଏହା ବିଶେଷ ଓ ଆଗାମୀ ସୂଚନାମାନ ଯୋଗାଇଥିଲା ।

ମାତ୍ର ଭାସ୍କର ତାର କକ୍ଷପଥରେ ସ୍ଥାପିତ ହେଲା ପରେ ତା ସହିତ ପଠାଯାଇଥିବା ଟେଲିଭିଜନ କ୍ୟାମେରା ଅଚଳ ହୋଇପଡ଼ିଲା । ଫଳରେ ସେ କୌଣସି ଚିତ୍ର ଉଠାଇ ପାରିଲା ନାହିଁ । ବୈଜ୍ଞାନିକମାନେ ବହୁ ଚେଷ୍ଟା କରି ଉକ୍ତ କ୍ୟାମେରାକୁ ସକ୍ରିୟ କରିପାରିଥିଲେ । ଏହା ପରେ ତାହା ଭୂପୃଷ୍ଠକୁ ଚିତ୍ରମାନ ପଠାଇ ପାରିଥିଲା । ଭୂପୃଷ୍ଠରେ ରହି କୃତ୍ରିମ ଉପଗ୍ରହକୁ ମରାମତି କରିବା ଭାରତୀୟ ବୈଜ୍ଞାନିକମାନଙ୍କର ଏକ ଉଲ୍ଲେଖଯୋଗ୍ୟ ସଫଳତା ।


ରୋହିଣୀ

ଆମ ଦେଶ କୃତ୍ରିମ ଉପଗ୍ରହର ନିର୍ମାଣ ଓ ଉତ୍‌କ୍ଷେପଣରେ ଆଗେଇ ଚାଲିଛି । ଆର୍ଯ୍ୟଭଟ୍ଟ ଓ ଭାସ୍କର ପରେ ଉପଗ୍ରହ ରୋହିଣୀ ମହାଶୂନ୍ୟକୁ ଯାଇଥିଲା । ପୃଥିବୀ ପରିକ୍ରମା କରି ବହୁ ତଥ୍ୟ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ୧୯୭୯ ମସିହା ମଇ ୩୧ ତାରିଖ । ଶ୍ରୀହରିକୋଟା ଲୋକାରଣ୍ୟ । ୩୬ କେ.ଜି. ଓଜନର ଉପଗ୍ରହ ରୋହିଣୀ-୨ ମହାକାଶକୁ ପ୍ରେରିତ ହେଲା । ସେହି ବର୍ଷ ଜୁନ୍‌ ୮ ତାରିଖରେ ତାହା ଜଳିପୋଡ଼ି ପାଉଁଶ ହୋଇଥିଲା ।

ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ରୋହିଣୀ ଉପଗ୍ରହକୁ ଉତ୍‌କ୍ଷେପଣ କରାଯାଇଥିଲା । ଏହା ହେଲା ଭାରତର ଏକ ବିଶିଷ୍ଟ କୃତ୍ରିମ