ପୃଷ୍ଠା:Krutrima upagrahara jayajatra.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଘୂରାଉଛି । ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ପୃଥିବୀର ଚତୁଃପାର୍ଶ୍ୱରେ ଘୂରିବୁଲୁଛନ୍ତି । ସେଗୁଡ଼ିକୁ କୃତ୍ରିମ ଉପଗ୍ରହ କୁହାଯାଏ । କିନ୍ତୁ ଏଗୁଡ଼ିକ ଚନ୍ଦ୍ର ପରି ଏକ ଏକ ପାର୍ଥିବ ଗୋଲକ ନୁହନ୍ତି । ଏହା ଏକ ଯାନ୍ତ୍ରିକ ବ୍ୟବସ୍ଥା । ଏହା ବିଭିନ୍ନ ଆକାର ପ୍ରକାରର ହୋଇଥାଏ ।

କୃତ୍ରିମ ଉପଗ୍ରହ ଭିତରେ ସୂକ୍ଷ୍ମାତିସୂକ୍ଷ୍ମ ବହୁ ପ୍ରକାର ଯନ୍ତ୍ରପାତି ଖଞ୍ଜା ଯାଇଥାଏ । ଏହିସବୁ ଯନ୍ତ୍ରଗୁଡ଼ିକ ସାହାଯ୍ୟରେ ମହାଶୂନ୍ୟରେ ବହୁ କୃତ୍ରିମ ଉପଗ୍ରହ ନାନା ଧରଣର ସଂକେତ ମାଧ୍ୟମରେ ଧରାପୃଷ୍ଠକୁ ପ୍ରେରଣ କରିଥାଏ । ପୃଥିବୀର ବୈଜ୍ଞାନିକଗଣ ବିଭିନ୍ନ ଶକ୍ତିଶାଳୀ ଯନ୍ତ୍ର ସାହାଯ୍ୟରେ ସେଗୁଡ଼ିକୁ ବିଶ୍ଳେଷଣ କରି ବହୁ ମୂଲ୍ୟବାନ ବିବରଣୀ ସଂଗ୍ରହ କରିଥାନ୍ତି । ଏପରିକି ଅନେକ ଫଟୋଚିତ୍ର ଉପଗ୍ରହ ସାହାଯ୍ୟରେ ସଂଗୃହୀତ ହୋଇଥାଏ । ଏସବୁଥିରୁ ଜଳବାୟୁ, ପ୍ରାକୃତିକ ସମ୍ପଦ ପ୍ରଭୃତି ସମ୍ପର୍କରେ ବହୁ ମୂଳ୍ୟବାନ ତଥ୍ୟ ଓ ସୂଚନା ମିଳିଥାଏ।


ଏହା କିପରି କାର୍ଯ୍ୟ କରେ ?

କୃତ୍ରିମ ଉପଗ୍ରହ ମହାଶୂନ୍ୟକୁ କିପରି ଯାଏ ଏବଂ ସେଠାରେ ରହି କେତେ ବର୍ଷ ପାଇଁ କିପରି କାର୍ଯ୍ୟ କରେ, ଏହା ଆଶ୍ଚର୍ଯ୍ୟର ବିଷୟ । ତେବେ