ପୃଷ୍ଠା:Krutrima upagrahara jayajatra.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

5

ବାଧା ଓ ସୁବିଧା

ସବୁଠୁଁ ବଡ଼ ପ୍ରାକୃତିକ ପ୍ରତିବନ୍ଧକ ହେଉଛି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି । ପୃଥିବୀ ସମସ୍ତ ପଦାର୍ଥକୁ ତା ଆଡ଼କୁ ଆକର୍ଷଣ କରେ । ଏମିତିକି ଉପରକୁ ଫିଙ୍ଗିଥିବା କୌଣସି ପଦାର୍ଥ କିଛି ସମୟ ପରେ ଫେରିଆସି ଭୂପୃଷ୍ଠରେ ପଡ଼େ । ସେଥିପାଇଁ ଇସାକ୍‌ ନିଉଟନ ଗଛରୁ ଆତ ଖସି ପଡ଼ିବାରେ ବିସ୍ମିତ ହୋଇଥିଲେ ଏବଂ ଏଥିରୁ ମାଧ୍ୟାକର୍ଷଣ ଶକ୍ତିର ଅସ୍ତିତ୍ୱ କଳନା କରିଥିଲେ । ବ୍ୟୋମଯାନ ଏପରିକି ଶକ୍ତିଶାଳୀ ଗାଇଡେଡ ମିଜାଇଲ (Guided Missile) ବା କ୍ଷେପଣାସ୍ତ୍ର ମଧ୍ୟ ଏହି ମାଧ୍ୟାକର୍ଷଣର ନିଗୂଢ଼ ବନ୍ଧନକୁ ଛିଣ୍ଡାଇ ଯାଇପାରେ ନାହିଁ ।

ଏଥିପାଇଁ ରକେଟର ବା ହାବେଳିର ସାହାଯ୍ୟ ନିଆଯିବା ଦରକାର ପଡ଼ିଲା । ଏଥିରେ ବାରୁଦର ପ୍ରଚୁର ବ୍ୟବହାର ହେଉଥିଲା । ଚୀନ ଓ ଭାରତରେ ଯେଉଁ ହାବେଳି ଯାନ ବା କ୍ଷେପଣାସ୍ତ୍ରର ଚିନ୍ତା କରାଗଲା, ହାଇଦର ଓ ଟିପୁ ସୁଲତାନ ଇଂରେଜମାନଙ୍କ ବିରୁଦ୍ଧରେ ତାକୁ ପ୍ରୟୋଗ କରିଥିଲେ । ଶତୃପକ୍ଷ ଏହାଦ୍ୱାରା ଚମତ୍କୃତ ଓ ଭୀତତ୍ରସ୍ତ ହୋଇଥିଲା । ସେମାନେ ଶତୃସୈନ୍ୟଙ୍କ ଉପରେ ଏହା ବଳରେ ଅଗ୍ନିବର୍ଷା କରିପାରିଥିଲେ । ଏହା ପରେ ୟୁରୋପରେ ଏହି ହାବେଳିର ବ୍ୟବହାର ହୋଇଥିଲା ଏବଂ ବିଭିନ୍ନ ଦେଶର ସୈନ୍ୟମାନେ ଏହାର ଉପଯୋଗ କରିଥିଲେ ।


ରକେଟ ଯାନ

ମହାକାଶରେ ରକେଟ ଯାନର ବ୍ୟବହାର କଳ୍ପନାତୀତ ଥିଲା । ପ୍ରଥମେ ଜଣେ ଫରାସୀ କଥାକାର ଜୁଲେସ ବର୍ଣ୍ଣି ୧୮୬୫ ମସିହାରେ ତାଙ୍କର ପୁସ୍ତକ "ପୃଥିବୀରୁ ଚନ୍ଦ୍ରକୁ" ରେ ଏହି ବିଷୟରେ ସୂଚନା ଦେଇଥିଲେ । ବାରୁଦକୁ ଜାଳେଣି ରୂପେ ବ୍ୟବହାର କରି ଚନ୍ଦ୍ରଯାତ୍ରା କରିହେବ, ଏହା ସେ ବର୍ଣ୍ଣନା କରିଥିଲେ । ବର୍ଣ୍ଣିଙ୍କ ଏହି ଚିନ୍ତାଧାରା ଋଷର ଜଣେ ସ୍କୁଲଶିକ୍ଷକ କନଷ୍ଟାଣ୍ଟିନ ଟୋକୋଭଷ୍କିଙ୍କ ମନକୁ ଛୁଇଁଥିଲା । ସେ ଦରିଦ୍ର ପରିବାରରେ