ଗବେଷଣାଗାର ରୂପେ ବ୍ୟବହାର କରୁଛି, ସେମିତି ଭବିଷ୍ୟତରେ ଏହାକୁ ଗ୍ରହାନ୍ତର ଯାତ୍ରା ପାଇଁ ଇନ୍ଧନ ଇତ୍ୟାଦି ସଂଗ୍ରହର କେନ୍ଦ୍ର ଭାବରେ ବ୍ୟବହାର କରିବାକୁ ଯାଉଛି । ଋଷ୍, ଆମେରିକା ପ୍ରଭୃତି ରାଷ୍ଟ୍ରଗୁଡ଼ିକ ଅନ୍ତରୀକ୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରି ଏ ଦିଗରେ ବହୁ ଅଗ୍ରଗତି ସାଧନ କଲେଣି । କେବଳ ଇନ୍ଧନ ସଂଗ୍ରହ ନୁହେଁ, କୃତ୍ରିମ ଉପଗ୍ରହ ଓ ଏହାର ଯନ୍ତ୍ରପାତିକୁ ମରାମତି କରିବା ପାଇଁ ଏହି ସବୁ ଅନ୍ତରୀକ୍ଷ ଷ୍ଟେସନ ବ୍ୟବହୃତ ହୋଇପାରୁଛି । ଅନ୍ତରୀକ୍ଷର ଭାରହୀନ ଅବସ୍ଥା ଶିଳ୍ପ, ସ୍ୱାସ୍ଥ୍ୟ, କୃଷି ଇତ୍ୟାଦି କ୍ଷେତ୍ରରେ କି ପ୍ରକାର ପ୍ରଭାବ ପକାଇବ ବା ସେହି ସବୁ କ୍ଷେତ୍ରରେ ମନୁଷ୍ୟ କି କି ସୁବିଧା ସୁଯୋଗ ଲାଭ କରି ପାରିବ, ତାର ପରୀକ୍ଷାନିରୀକ୍ଷା ଦ୍ରୁତଗତିରେ ସମ୍ପାଦିତ ହେଉଛି।
କୃତ୍ରିମ ଉପଗ୍ରହ ମନୁଷ୍ୟ ସମାଜର ସେବା କରିବା ପାଇଁ ଉଦ୍ଦିଷ୍ଟ । ମାତ୍ର ବହୁ ସଂଖ୍ୟାରେ ଏଗୁଡ଼ିକୁ ମହାଶୂନ୍ୟକୁ ପଠାଇ ମନୁଷ୍ୟ ନିଜ ପାଇଁ କେତେକ ବିପଦ ସୃଷ୍ଟି କରୁଛି । କୃତ୍ରିମ ଉପଗ୍ରହ ଗୁଡ଼ିକ ମଧ୍ୟରେ ଧକ୍କା ଘଟି ବା ସ୍ୱତଃ ବିସ୍ଫୋରଣ ଘଟି ମନୁଷ୍ୟର ନିରାପତ୍ତାକୁ ବିପନ୍ନ କରୁଛି । ଏଗୁଡ଼ିକୁ ଗୁପ୍ତଚର କାର୍ଯ୍ୟରେ ଲଗାଇ ରାଷ୍ଟ୍ରଗୁଡ଼ିକର ନିରାପତ୍ତା କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି । ନିୟନ୍ତ୍ରଣହୀନ ଭାବରେ କୃତ୍ରିମ ଉପଗ୍ରହର ପ୍ରସ୍ତୁତି ଓ ଉତ୍କ୍ଷେପଣ ମନୁଷ୍ୟ ସମାଜ ପାଇଁ ବିପଜ୍ଜନକ ହୋଇଛି । କୃତ୍ରିମ ଉପଗ୍ରହର ପ୍ରସ୍ତୁତି ଓ ପ୍ରେରଣ ବିଶେଷ ବ୍ୟୟବହୁଳ । ତେଣୁ ଦରିଦ୍ର ଦେଶଗୁଡ଼ିକ ଏଥିରେ ମାତି ନିଜର ଅତ୍ୟାବଶ୍ୟକ ବିକାଶକୁ ବାଧାପ୍ରାପ୍ତ କରାଇବା ଅନୁଚିତ ।
ଅବଶ୍ୟ ମନୁଷ୍ୟର ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ଭଲ ଓ ମନ୍ଦ ବିଭାବ ରହିଛି । ତାର ପ୍ରତି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଓ ଉଦ୍ଭାବନର ଉଭୟ ଉପକାର ଓ ଅପକାର ରହିଛି । ମନୁଷ୍ୟର ବ୍ୟବହାର ଉପରେ ଏହା ନିର୍ଭର କରେ । କୃତ୍ରିମ ଉପଗ୍ରହକୁ ଉପଯୁକ୍ତ ଭବରେ ଉପଯୋଗ କରିପାରିଲେ ମନୁଷ୍ୟର ସୁଖଶାନ୍ତିର ବିକାଶ ଘଟିବ ଓ ନୂତନ ସ୍ୱର୍ଣ୍ଣଯୁଗ ଉନ୍ମୋଚିତ ହୋଇପାରିବ ।
ତାରକା ଯୁଦ୍ଧ
ପୃଥିବୀରେ ପ୍ରଳୟ କାଣ୍ଡ ସୃଷ୍ଟି କରିବା ପାଇଁ ମନୁଷ୍ୟ ଯେମିତି ବିଜ୍ଞାନ