ପୃଷ୍ଠା:Malunira Fula O Anyanya Galpa.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦିନେ ଶିଷ୍ୟ ବାଟରେ ଯାଉଚି, ଗୋଟିଏ ହାତୀ ଆସୁଥିବାର ଦେଖି ପାରିଲା । ନିକଟ ହେବାରୁ ମାହୁନ୍ତ ପାଟିକଲା, "ହଟିଯା, ହଟିଯା'।

ଶିଷ୍ୟ ଭାବଲିା, "ମୁଁ କାହିଁକି ହଟିବି, ମୁଁ ତ ନାରାୟଣ । ହାତୀ ମଧ୍ୟ ନାରାୟଣ । ନାରାୟଣଙ୍କ ପାଖରୁ ନାରାୟଣଙ୍କର ଭୟ କଣ?" ସେ ଆଉ ହଟିଲା ନାହିଁ । ହାତୀ ତାକୁ ଆଗରେ ଦେଖି ଶୁଣ୍ଢରେ ଟେକି ଦୂରକୁ ଫୋପାଡ଼ି ଦେଲା । ଶିଷ୍ୟର ଅବସ୍ଥା ସାଂଘାତିକ । ବହୁଦିନ ପଡ଼ି ଭଲ ହେବାପରେ ଗୁରୁଙ୍କ ପାଖକୁ ଯାଇ ସମସ୍ତ ବିଷୟ କହିଲା ।

ଗୁରୁ କହିଲେ, "ଆରେ ଓଲୁ- ତୁ ନାରାୟଣ- ଠିକ୍, ହାତୀ ବି ନାରାୟଣ ଠିକ୍ । କିନ୍ତୁ ହାତୀ ଉପରେ ଯେଉଁ ଲୋକଟି ବସିଥିଲା, ସେ ବି ଜଣେ ମାହୁନ୍ତରୂପୀ ନାରାୟଣ । ସେ ତୋତେ ସାବଧାନ କରିଦେଲା । ସେ ନାରାୟଣଙ୍କ କଥା କାହିଁକି ଶୁଣିଲୁ ନାହିଁ ?

ସାଧାରଣ ବୁଦ୍ଧି ନ ଥିଲେ ତାକୁ କୌଣସି ଗୁରୁ ଶିଖାଇ ଦେଇ ପାରିବେ ନାହିଁ ।

ମାଲୁଣୀର ଫୁଲ


ଥରେ କେତେଜଣ ଶୁଖୁଆ ବିକାଳି ସ୍ତ୍ରୀଲୋକ ହାଟକୁ ଯାଇ ଫେରୁ ଫେରୁ ସଂଧ୍ୟା ହୋଇଗଲାା ଗରାଖମାନେ ବେଶୀ ନ ଥିଲେ । ସେମାନେ ସବୁଥର ପରି ଶୁଖୁଆତକ ବିକ୍ରି କରି ନ ପାରି ବଳକା ଶୁଖୁଆ ବୋଝ ମୁଣ୍ଡରେ ଧରି ଫେରୁଥିଲ । ସେମାନଙ୍କ ଗାଁ ଦୂରରେ । ଅନ୍ଧାର ରାତିରେ ଏତେ ବାଟ କିପରି ଯିବେ, ସେମାନେ ଚିନ୍ତାରେ ପଡ଼ିଲେ । ବାଟରେ ଜଣେ ମାଲୁଣୀର ଘର ଥିଲା । ସେମାନେ ଯାଇ କହିଲେ, "ମାଉସୀ, ରାତିଟା ଟିକିଏ ତୁମ ଘରେ ରହିଯିବୁ କି ? ଭୋର ହେଲେ ଉଠି ଗାଁକୁ ପଳାଇବୁ । ଟିକିଏ ଦୟାକର ।"