ପୃଷ୍ଠା:Malunira Fula O Anyanya Galpa.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡାକିବାରେ ଅଛି । ଗଙ୍ଗାକୂଳରେ ବହୁ ସାଧୁ ଅଛନ୍ତି । ସେଥିରୁ ଜଣଙ୍କୁ ଆଣି ଝିଅକୁ ବିଭା କରିଦେଲେ କେମିତି ହେବ ?

ରାଣୀ କହିଲେ, "ବେଶ୍, ମୋ'ର ତ ଗୋଟିଏ ବୋଲି ସନ୍ତାନ । ଆମ ପରେ ଆମର ଝିଅ, ଜ୍ୱାଇଁ ଆମ ରାଜ୍ୟର ଅଧିକାରୀ ହେବେ । କିଛି ମନ୍ଦ କଥା ନୁହେ । କାଲି ସକାଳୁ ବ୍ୟବସ୍ଥା କର ।"

ରାଜା କହିଲେ, "ହଉ ।"

ଇଆଡେ଼ ଚୋର ରାଜା ରାଣୀଙ୍କ କଥା ଶୁଣି ମନେ ମନେ ଭାବିଲା, ରାଜାଙ୍କର ଜ୍ୱାଇଁ ହେବାର ସୁଯୋଗଟା କାହିଁକି ଛାଡ଼ିବି । ଏହା ଭାବି ଚୋର ଗଙ୍ଗା କୂଳକୁ ଯାଇ ସାଧୁମାନେ ବସିଥିବା ସ୍ଥାନରେ ସାଧୁ ସାଜି ବସିଗଲା ।

ତା' ଆର ଦିନ ସକାଳେ ରାଜାଙ୍କର ଲୋକମାନେ ସାଧୁଙ୍କ ପାଖରେ ଯାଇ ଉପସ୍ଥିତ । ସେମାନେ ରାଜାଙ୍କ ଇଚ୍ଛାର କଥା ପ୍ରତ୍ୟେକ ସାଧୁଙ୍କ ପାଖରେ ଯାଇ ପ୍ରକାଶ କଲେ ଓ ରାଜା ଝିଅକୁ ବିଭା ହେବାପାଇଁ ଅନୁରୋଧ କଲେ । କିନ୍ତୁ ବିବାହ କଥା ଶୁଣି କୌଣସି ସାଧୁ ରାଜି ହେଲେ ନାହିଁ । ସଫା ସଫା ମନା କରିଦେଲେ । ଶେଷକୁ ରାଜାଙ୍କର ଲୋକମାନେ ସାଧୁବେଶଧାରୀ ସେଇ ଚୋର