ପୃଷ୍ଠା:Malunira Fula O Anyanya Galpa.pdf/୩୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ'ଣ ? ଏ ଲୋକଟି ଘାସଠାରୁ ଆରମ୍ଭ କରି କୌଣସି ଜୀବର କ୍ଷତି କରିବା ଚିନ୍ତା ତ୍ୟାଗ କରି ଦେଇଚି, ତଥାପି ମୃତ୍ୟୁ ଓ ଘୃଣାର ଚିହ୍ନ ଏକ ତରବାରି ପାଖରେ ରଖିଚି!"

ଭଗବାନ ଉତ୍ତର ଦେଲେ "ତୁମେ ନିଜେ ବରଂ ଯାଇ ସେ ଲୋକକୁ ଏହା ପଚାରିବା ଉଚିତ ହେବ ।"

ତା'ପରେ ବ୍ରାହ୍ମଣଙ୍କ ପାଖରେ ଅର୍ଜୁନ ପହଞ୍ଚି ତାଙ୍କୁ ପଚାରିଲେ, "ମହାଶୟ, ଆପଣ କୌଣସି ଜୀବକୁ ଆଘାତ ଦେଉ ନାହାନ୍ତି ଏବଂ ଶୁଖିଲା ଘାସ ଖାଇ ଜୀବନ ଧାରଣ କରୁଛନ୍ତି । ତେବେ ପାଖରେ ଖଣ୍ଡାଟି ରଖିବା ଦରକାର କ'ଣ ?"