ପୃଷ୍ଠା:Malunira Fula O Anyanya Galpa.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଏହା ଭାବି କାଠୁରିଆ ବଣ ମଧ୍ୟରେ ଆଗେଇ ଗଲା । କ୍ରମେ ବନସ୍ତ ଆହୁରି ନିଘଞ୍ଚ ହୋଇଉଠିଲା । ମାତ୍ର କିଛି ବାଟ ପରେ ସେ ଦେଖି ପାରିଲା, ଏକ ଚନ୍ଦନ କାଠର ବଣ । କେତେ ଖଣ୍ଡି ଚନ୍ଦନ କାଠ କାଟି କାଠୁରିଆ ସେଦିନ ଘରକୁ ଫେରି ଆସିଲା । ସାଧାରଣ କାଠ ଅପେକ୍ଷା ଚନ୍ଦନ କାଠର ଦାମ କୋଡ଼ିଏ ଗୁଣ ବେଶି । କାଠୁରିଆ ସେଦିନ ବହୁତ ପଇସା ପାଇଲା ।

ତା'ପରେ ସେ ପ୍ରତିଦିନ ଚନ୍ଦନ ବନକୁ ଯାଏ ଓ ଚନ୍ଦନକାଠ କାଟି ଆଣି ବିକ୍ରି କରେ । ସଂସାରରେ ଆଉ ତା'ର ଆଗପରି କଷ୍ଟ ନାହିଁ । ମାତ୍ର ସେତିକିରେ ସେ ସନ୍ତୁଷ୍ଟ ହେଲା ନାହିଁ । ସେ ମନେ ମନେ ଭାବିଲା, "ସାଧୁ ତ ମୋତେ ଆଗେଇ ଯିବାପାଇଁ କହିଛନ୍ତି । ଆଉ ଟିକିଏ ଆଗେଇ ଯାଏ, ଦେଖି କ'ଣ ହେଉଛି ।" ସେଦିନ ସେ ଚନ୍ଦନ ବଣ ପାର ହୋଇ ଆହୁରି ଦୂରକୁ ଗଲା । ଦେଖିଲା, ତମ୍ବାର ଖଣି । କେତେ ଖଣ୍ଡ ତମ୍ବା ଲୁଗାରେ ବାନ୍ଧି ଘରକୁ ଚାଲି ଆସିଲା । ଚନ୍ଦନ ଠାରୁ ତମ୍ବାର ଦାମ ବେଶି । କାଠୁରିଆ ବହୁ ପଇସା ପାଇଲା । ସେ ଖୁବ୍ ଖୁସି ହୋଇଗଲା ।

ପରଦିନ ସେ ତମ୍ବା ଖଣିକୁ ଗଲା ଓ ଯେତେ ବୋହି ଆଣିାରିବ, ଆଣିଲା । ଏହିରି ବହୁ ଦିନ ଗଡ଼ିଗଲା । କାଠୁରିଆର ଅବସ୍ଥା ଆହୁରି ବଦଳି ଗଲା । ସେ ପୁଣି ମନେ ମନେ ଭାବିଲା "ସାଧୁ