ପୃଷ୍ଠା:Malunira Fula O Anyanya Galpa.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିଷ୍ୟ କହିଲା, "ରାତିରେ କଣ? ମୁଁ କାଲି ତୁମପାଇଁ ଦି'ଖଣ୍ଡ ଭଲ ଛିଟ କନା ନେଇ ଆସିବି ।"

ସ୍ତ୍ରୀ କହିଲା, "ତା'ହବନି । ଏବେ ସାଙ୍ଗେ ସାଙ୍ଗେ ଆଣ ।"

ସ୍ୱାମୀ କହିଲା, "କି ? କାଲି ଆଣିଲେ ହବନ- କାଲି ମୁଁ ଦି'ଖଣ୍ଡ ଭଲ ଛିଟ କନା ନେଇ ଆସିବି ।"

ସ୍ତ୍ରୀ କହିଲା, " ନା, ନା, ସେ କଥା ହବ ନାହିଁ । ଏବେ ମୋର ଛିଟ କନା ଦରକାର ।"

ସ୍ୱାମୀ ଦେଖିଲା, ଗୁରୁଙ୍କୁ ତ ବୁଝାଇଦେଲି, ସେ ବୁଝି ଚାଲିଗଲେ । ଇଆର କଥା ଭାଙ୍ଗିବା ସହଜ ନୁହେଁ । ଏ ଗୁରୁଙ୍କର ଗୁରୁ, ମହାଗୁରୁ । ସେ ସଙ୍ଗେ ସଙ୍ଗେ ଯାଇ ସେଇ ରାତିରେ ଦୋକାନ ଖୋଲି ଦି'ଖଣ୍ଡ ଛିଟ କନା ନେଇ ଆସିଲା ।

ସ୍ତ୍ରୀ ଗୁରୁଙ୍କ ପାଖକୁ ଛିଟ କନା ପଠାଇ ଦେଇ ଖବର ଦେଲା, "ଆପଣଙ୍କର ଯାହା ଦରକାର, ଏଣିକି ମୋତେ କହିବେ ।"