ପୃଷ୍ଠା:Malunira Fula O Anyanya Galpa.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହିପାରିବ ? ସେ ବୁଝିବାକୁ ନ ଦେଲେ କିଛି ବୁଝି ହେବ ନାହିଁ । ସେଥିପାଇଁ କହୁଚି, ତାଙ୍କର ଶରଣାଗତ ହୁଅ । ତାଙ୍କର ଯାହା ଇଚ୍ଛା ସେ କରନ୍ତୁ । ସେ ଇଚ୍ଛାମୟ ।

କର୍ମର ପ୍ରୟୋଜନ ଅଛି । ସାଧନାର ପ୍ରୟୋଜନ ଅଛି । କିନ୍ତୁ ତାଙ୍କ ପାଖରେ ନିଜକୁ ସମର୍ପଣ କରିଦେଲେ କର୍ମ ଠିକ୍ ଚାଲିବ । ସାଧନା ଠିକ୍ ଚାଲିବ । ଦୁଇ ପ୍ରକାର ସାଧକ ଅଛନ୍ତି । ଜଣଙ୍କର ବାନର ଶିଶୁର ସ୍ୱଭାବ । ଅନ୍ୟ ଜଣଙ୍କର ବିରାଡ଼ି ଛୁଆର ସ୍ୱଭାବ । ମାଙ୍କଡ଼ ଛୁଆ ମା'କୁ କୁଣ୍ଢାଇ ଧରେ । ସେପରି କେତେକ ସାଧକ ଅଛନ୍ତି ନିଜେ ଚେଷ୍ଟା କରି ଏତିକି ଜପ, ଏତିକି ଧ୍ୟାନ, ଏତିକି ତପସ୍ୟା କରିବାକୁ ହେବ, ତାହା ଠିକ୍ କରି ଭଗବାନଙ୍କୁ ଧରିବାକୁ ଯା'ନ୍ତି ।

ଆଉ ବିରାଡ଼ି ଛୁଆ ନିଜେ ମା'କୁ ଧରିପାରେ ନାହିଁ । ସେ ମିଉଁ ମିଉଁ କରି ଡାକେ । ମା' କେତେବେଳେ ଖଟତଳେ, କେତେବେଳେ ଚାଳ ଉପରେ, କେତେବେଳେ କାଠ ସନ୍ଧିରେ ଛୁଆକୁ ନେଇ ରଖେ । ଛୁଆ ମା'କୁ ଧରେ ନାହିଁ । ସେହିରି କେତେକ ସାଧକ ଅଛନ୍ତି, ଯେଉଁମାନେ ମନ ପ୍ରାଣ ଦେଇ ଭଗବାନଙ୍କୁ ଭାବନ୍ତି । ବ୍ୟାକୁଳ ହୋଇ କାନ୍ଦନ୍ତି । ତାଙ୍କର କାନ୍ଦଣା ଶୁଣି ସେ ଆଉ ରହିାରନ୍ତି ନାହିଁ । ମା'ର ହାତ ଧରି ଯେଉଁ ଛୁଆ ଚାଲେ, ବେଳେ ବେଳେ ରାସ୍ତାରେ ତା'ର ହାତ ଖସିଯାଇପାରେ । ମାତ୍ର ମା' ଛୁଆର ହାତ ଧରି ଥିଲେ, ଆଉ ହାତ ଖସିବାର ଭୟ ନାହିଁ ।