ପୃଷ୍ଠା:Malunira Fula O Anyanya Galpa.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭଉଣୀ ଜଳଖିଆ ଆଣିବାପାଇଁ ଚାଲିଗଲା । ନାନା ରକମ, ନାନା ରଙ୍ଗର ରେଶମୀ ସୂତାର ଗୁଣ୍ଡି ସବୁ ଦେଖି ଏ ଭଉଣୀର ଲୋଭ କହିଲେ ନ ସରେ । ସେ ଗୋଟାଏ ସୂତା ଗୁଣ୍ଡି ଆଣି କାଖରେ ଜାକି ରଖିଦେଲା ।

ଭଉଣୀ ଜଳଖିଆ ନେଇ ଆସିଲା ଏବଂ ଖୁବ୍ ଖୁସିରେ ସେ ତାକୁ ଖାଇବାକୁ ଦେଲା । ଏହି ସମୟରେ ସୂତା ଗୁଣ୍ଡିରେ ତାର ଆଖି ପଡ଼ିଗଲା । ଦେଖିଲା, ଗୋଟାଏ ସୂତା ଗୁଣ୍ଡି ନାହିଁ । ଭଉଣୀକୁ କିଛି ନ ପଚାରି ସେ ଗୋଟାଏ ଉପାୟ ପାଞ୍ଚିଲା ।

ସେ କହିଲା, "ଭଉଣୀ, ବହୁତ ଦିନ ହେଲା ଆମେ ଏକାଠି ବସିନେ କି ମିଶିନେ । ଆଜି ବଡ଼ ଆନନ୍ଦର ଦିନ । ଭାରି ଇଚ୍ଛା ହେଉଚି, ଏକାଠି ହାତ ଉଠାଇ ନାଚିବା ।" ଭଉଣୀ କହିଲା "ହଁ, ମୋର ବି ସେଇ ଇଚ୍ଛା ।"

ଦୁଇ ଭଉଣୀ ନାଚିବାକୁ ଲାଗିଲେ । ଏ ଭଉଣୀ ଦେଖିଲା ଯେ ଆର ଭଉଣୀ ନାଚୁଚି ସତ, କିନ୍ତୁ ଦି ହାତ ଉଠାଇ ନାଚୁନାହିଁ । ଗୋଟିଏ ହାତକୁ ଅଣ୍ଟାରେ ରଖି ଆର ହାତଟିକୁ ଉଠାଇଚି ।