ପୃଷ୍ଠା:Malunira Fula O Anyanya Galpa.pdf/୭୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆମ ଦେଶରେ ଧାନ ମାପିବାବେଳେ, ମାପୁଥିବା ଲୋକ, ରାମେ ରାମ, ଦୁଇରେ ଦୁଇ, କହି ମାପ କରି ଚାଲେ ଏବଂ ଆଉ ଜଣେ ଲୋକ ତା ପଛରେ ବସି ଧାନ ଠେଲି ଦେଉଥାଏ । ସେହିରି ଯେ ଈଶ୍ୱରଙ୍କ ଆଦେଶ ଲାଭ କରିଥାଏ, ଈଶ୍ୱର ତା ପଛରେ ରହି ଜ୍ଞାନର ରାଶି ଠେଲି ଦେଉଥାନ୍ତି । ଈଶ୍ୱରଙ୍କ କଟାକ୍ଷ ଲାଭ କରିଥିବା ଏହି ବ୍ୟକ୍ତି ହିଁ ଗୁରୁ ହେବାକୁ ଯୋଗ୍ୟ । ଚୁମ୍ବକ ପଥର ଲୁହାକୁ ଟାଣିବା ପରି ଲୋକେ ତା'ପାଖକୁ ମନକୁ ମନ ଆସିଯାନ୍ତି । ମନରେ ଈଶ୍ୱରଙ୍କ ପ୍ରତି ଗଭୀର ଅନୁରାଗ ଆସିଲେ ଏପରି ସଦ୍‌ଗୁରୁ ମଧ୍ୟ ମିଳିଯାନ୍ତି ।