ପୃଷ୍ଠା:Malunira Fula O Anyanya Galpa.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜ୍ଞାନ ବୈରାଗ୍ୟ

ଜ୍ଞାନ ବୈରାଗ୍ୟ ଆସିଲେ ଲୋକ ପାଗଳ ପରି ବ୍ୟବହାର କରେ । ଜଣେ ସାଧୁଙ୍କର ଏହି ଅବସ୍ଥା ଆସିଥିଲା । ସେ କାହାରି ସହିତ କଥାଭାଷା କରୁ ନ ଥିଲେ । ଚୁପ୍‌ଚାପ୍ ରହୁଥିଲେ । ଲୋକମାନେ କହୁଥିଲେ, ପାଗଳ ।

ଦିନେ ଏକ ଗ୍ରାମକୁ ଆସି ଭିକ୍ଷା କରି ସେ କିଛି ଅନ୍ନ ସଂଗ୍ରହ କଲେ ଏବଂ ଗୋଟାଏ ବୁଲାକୁକୁର ସାଙ୍ଗରେ ଯାଉଥିବାର ଦେଖି ସେଇ କୁକୁରଟା ଉପରେ ବସି ତା'ସହିତ ଏକାଠି ଖାଇବାକୁ ଲାଗିଲେ । ଏହା ଦେଖି ଲୋକମାନେ ଠୋ ଠୋ ହସିବାକୁ ଲାଗିଲେ ଏବଂ କହିଲେ, ""ଦେଖ, ଦେଖ, ପାଗଳକୁ ଦେଖ, କିପରି କୁକୁର ଉପରେ ବସି ତା'ସାଙ୍ଗରେ ଖାଉଚି । ସାଧୁ ଆଉ ଚୁପ୍ ରହି ପାରିଲେ ନାହିଁ । ସେ କହିଲେ ""ତୁମେମାନେ ହସୁଛ କାହିଁକି ? ସମସ୍ତେ ବିଷ୍ଣୁ । ଏହି କୁକୁର ବିଷ୍ଣୁ, ମୁଁ ବିଷ୍ଣୁ ଓ ତୁମେମାନେ ବିଷ୍ଣୁ । ଏହି ଖାଦ୍ୟ ମଧ୍ୟ ବିଷ୍ଣୁ ।

ବିଷ୍ଣ୍ୟୁପରି ସ୍ଥିତୋ ବିଷ୍ଣୁଃ ବିଷ୍ଣୁ ଖାଦତି ବିଷ୍ଣବେ । କଥଂ ହସସି ରେ ବିଷ୍ଣୋ ସର୍ବଂ ବିଷ୍ଣୁମୟଂ ଜଗତ୍ ।